ହାତୀ ଆକ୍ରମଣରେ ଯୁବକ ଗୁରୁତର

Advertisment
ହାତୀ ଆକ୍ରମଣରେ ଯୁବକ ଗୁରୁତର

WWF

କଣ୍ଟାମାଳ: ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲୀ ହାତୀ। କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଘର ଭାଙ୍ଗିବା ସହ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ବରଗାଁ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିକୁଦ୍ ଗ୍ରାମର ଭୂର୍ଡାପଡ଼ାରେ।

ଗ୍ରାମର କୃଷ୍ଣ ରଣା (୨୫) ବୁଧବାର ରାତିରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଆକ୍ରମଣ କରିବା ସହ ଘରଦ୍ୱାର ଭାଙ୍ଗି ଦେଇଛି। ହାତୀ ଆକ୍ରମଣରେ କୃଷ୍ଣଙ୍କ ହାତ ଭାଙ୍ଗିଥିବା ବେଳେ ତାଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ବନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe