ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ

Advertisment
ଯୁବକଙ୍କୁ ଆକ୍ରମଣ, ଫୁଟିଲା ୨ ରାଉଣ୍ଡ ଗୁଳି

Khabarplus

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଜଣେ ଯୁବକ ଗୁଳି କରିଛି। ଏହି ଗୁଳିମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ପୁଲିସ ବନ୍ଧୁକ ସହ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡିଛି।

ମିଲିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଲଖନା ଥାନା ଟେଡ଼ଙ୍ଗା ଗ୍ରାମର ମଙ୍ଗଲ ଶଗଡ଼ିଆ (୩୦) ଡୁମେରପାଣି ମାମୁ ଘରକୁ ଇଟା ତିଆରି କରିବା ପାଇଁ ଯାଥିଲେ। ହେଲେ ଆଜି ସନ୍ଧ୍ୟାରେ ସେଠାରୁ ଫେରି ଦଲ୍ଲିପଡ଼ା ଯାଉଥିବା ବେଳେ ଉଭୟ ଗାଁ ମଝିରେ ମଙ୍ଗଲ ଶଗରିଆଙ୍କୁ ହୃଷୀକେଶ ମାଝୀ ଲିପ୍ଟ ମାଗିଥିଲେ। ହେଲେ ଶ୍ରୀ ଶଗଡିଆ କିଛି ଦୂର ଯାଇ ହୃଷୀକେଶ ମାଝୀଙ୍କୁ ଲିପ୍ଟ ଦେଇଥିଲେ। ହେଲେ ବିଲମ୍ବରେ ଲିଫ୍ଟ ଦେଇଥିବା କହି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ହୃଷୀକେଶ ରାଗି ଯାଇ ପାଖରେ ରଖିଥିବା ବନ୍ଧୁକରେ ଗୁଳି କରିଥିଲେ। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଘରକୁ ଯାଇ ସ୍ତ୍ରୀଙ୍କୁ ସବୁ କଥା କହିଥିଲେ। ପରେ ତାଙ୍କୁ ତରବୋଡ଼ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମକି ଚିକିତ୍ସା ପରେ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

ଗୁରୁତର ବ୍ୟକ୍ତି ବର୍ତ୍ତମାନ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ଘଟଣାର ଖବର ପାଇଁ କୋମନା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ତରବୋଡ଼ ଏସଆଇ ରାମଲାଲ ଜୁରିଆ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଲେ ଅଭିଯୁକ୍ତ ହୃଷୀକେଶ ମାଝୀଙ୍କୁ ତରବୋଡ଼ ବସଷ୍ଟାଣ୍ଡା ଠାରେ ବନ୍ଧୁକ ସହ କାବୁ କରହିଥିଲେ। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ତରବୋଡ଼ ପାଣ୍ଡିରେ ଅଟକ ରଖି ପଚାରାଉଚୁରା କରୁଥିବା ବେଳେ ଆସନ୍ତାକାଲି ଯୁବକଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ସୂଚନା ମିଲିଛି। ଗୁରୁତର ଯୁବକଙ୍କ ମୁଣ୍ଡରେ ଗୁଲି ବାଜି ଆଘାତ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe