ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ। ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଥିବା ଏକ ଇଟାଭାଟିରୁ ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।
ମୃତକ ହେଲେ ରାମନଗର ପଂଚାୟତ ପିତାପାଟ ଗ୍ରାମର ଦିନେଶ ବୈଦ୍ୟ। ଦିନେଶଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିରହିଛି। ଏହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ହତ୍ୟା ସନ୍ଦେହ କରାଯାଉଥିବା ବେଳେ ହତ୍ୟାକାଣ୍ଡର ସଠିକ କାରଣ ଜଣାପଡ଼ିନାହିଁ।
ଭଦ୍ରକ ଜିଲ୍ଲାର ଜଣେ ଶ୍ରମିକ ଫେରାର ହୋଇଯାଇଥିବା ଯୋଗୁ ତାଙ୍କୁ ସନ୍ଦେହ କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଏସଡି ପିଓ ଏବଂ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡଗସ୍କ୍ବାଡ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି।
Follow Us