ବିବାହିତ ଯୁବକଙ୍କୁ ହତ୍ୟା ଘଟଣା: ପରକୀୟା ପ୍ରୀତି ନେଲା ସ୍ବାମୀର ଜୀବନ, ପତ୍ନୀ ଓ ପ୍ରେମିକ ଗିରଫ

Advertisment
ବିବାହିତ ଯୁବକଙ୍କୁ ହତ୍ୟା ଘଟଣା: ପରକୀୟା ପ୍ରୀତି ନେଲା ସ୍ବାମୀର ଜୀବନ, ପତ୍ନୀ ଓ ପ୍ରେମିକ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ପରକୀୟା ପ୍ରୀତିକୁ ନେଇ ପ୍ରେମିକ ହାତରେ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଚାନ୍ଦିଲି ପୁଲିସ ଦ୍ବାରା ଏହି ଘଟଣାର ପର୍ଦ୍ଦାଫାସ କରିଥିବା ନେଇ ଆଜି ରାୟଗଡ଼ା ଏସ୍‌ଡିପିଓ ରଶ୍ମି ରଞ୍ଜନ ସେନାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

publive-image

ରାୟଗଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ସାଇପ୍ରିୟା ନଗରରେ ଗତ ବୁଧବାର ରାତିରେ ଏମ୍ ଜି ଢ଼ାବାର ରୋଷେୟା ବିନୟ ପାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ବାପା ରଜନୀକାନ୍ତ ଏକ ଏତଲା ଚାନ୍ଦିଲି ଥାନାରେ ଲିଖିତ ଭାବେ ଦେଇଥିଲେ। ଚାନ୍ଦିଲି ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଥିବା ବେଳେ ମୃତକଙ୍କ ପତ୍ନୀଙ୍କର ପରକୀୟା ପ୍ରୀତି ଯୋଗୁଁ ଘଟିଥିବା ସ୍ପଷ୍ଟ ହୋଇଥିଲା। ଏହି ହତ୍ୟାକାଣ୍ଡ ମୃତକଙ୍କ ସ୍ତ୍ରୀ ଓ ପ୍ରେମିକ ଜି.କାର୍ତ୍ତିକ ଅରଫ ମୁନା ଘଟାଇଥିବା ସ୍ପଷ୍ଟ ହୋଇଥିଲା, ଯାହାଫଳରେ ଚାନ୍ଦିଲି ପୁଲିସ ଜି.କାର୍ତ୍ତିକ ଓ ମୃତକର ସ୍ତ୍ରୀ ସୁନିତା ପାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ଦିନ ଧରି ଏମାନେ ପ୍ରେମ କରୁଥିବା ବେଳେ ସ୍ବାମୀ ବିନୟ ପାଲ କଣ୍ଟା ସାଜୁଥିଲେ। ତେଣୁ ତାଂକୁ ସବୁଦିନ ପାଇଁ ହଟାଇ ଦେବାକୁ ଯୋଜନା କରି ଚଳିତ ମାସ ୧୫ ତାରିଖ ଦିନ ରାତିରେ ହତ୍ୟା କରିଥିଲେ। ପତ୍ନୀ ସେହି ଦିନ ରାତିରେ ସ୍ବାମୀ କାହିଁକି ଘରକୁ ଆସିନାହାନ୍ତି ବୋଲି ନାଟକ କରିଥିଲେ।

ଅନ୍ୟପଟରେ ବିନୟ ଜଣେ ସରଳ ମଣିଷ ଥିବାରୁ ତାକୁ କେହି ହତ୍ୟା କାହିଁକି କରିବେ ବୋଲି ସାଧାରଣରେ ଆଲୋଚନା ହୋଇଥିଲା। ହତ୍ୟାର ୨୪ ଘଣ୍ଟା ନପୁରୁଣୁ ପୁଲିସ ହତ୍ୟାକାରୀ ନିକଟରେ ପହଞ୍ଚିପାରିଥିଲା, ଯାହାକି ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି ରାୟଗଡ଼ା ଏସ୍‌ଡିପିଓ ଶ୍ରୀ ସେନାପତି କହିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ ୟୁ/ଏସ ୩୦୨,୨୦୧,୧୨୦-ବି/୩୪ ଧାରା ଲଗାଯାଇଥିବା ବେଳେ ଉକ୍ତ ଅଭିଯୁକ୍ତ ମହିଳା ସୁନିତାଙ୍କର ଗୋଟିଏ ୮ମାସର ଶିଶୁକୁ ମଧ୍ୟ ଅଣାଯାଇଥିବା ସୁଚନା ଦେଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe