ପୂର୍ବଶତ୍ରୁତାରୁ ରାଜମିସ୍ତ୍ରିଙ୍କୁ ହତ୍ୟା, ଦୁଇ ଅଟକ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ଆନନ୍ଦପୁର/ଦେଓଗାଁ: ଘସିପୁରା ଥାନା ଖାଳିଆମେଣ୍ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ରାଜମିସ୍ତ୍ରିଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଖାଳିଆମେଣ୍ଟା ଗ୍ରାମର ହୃଷୀକେଶ ମଲ୍ଲିକ (୫୨)। ଅଭିଯୋଗ ପରେ ଘସିପୁରା ପୁଲିସ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଛି। ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସକାଳୁ ହୃଷୀକେଶ ଘରୁ କାମ କରିବାକୁ କହି ବାହାରି ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ଆଜି ସକା‌ଳେ ତାଙ୍କ ମୃତଦେହ ନିକଟସ୍ଥ ଗୋପାଳପୁର ଫାପୁଡ଼ିଆ ନାଳକୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବ‌ା ବେଳେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ହୃଷୀକେଶଙ୍କ ବାପା ବାଇନ ମଲ୍ଲିକଙ୍କ କହିବା ଅନୁସାରେ, ପୁଅର କିଛି ଯୁବକଙ୍କ ସହିତ କିଛିଦିନ ତଳେ ଝଗଡ଼ା ହୋଇଥିଲା। ଗତକାଲି ସେହି ଯୁବକମାନେ ପୁଅକୁ ଭୋଜି କରିବାକୁ ଡାକି ନେଇ ହତ୍ୟା କରିଥିବା ବାଇନ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe