ରଥଯାତ୍ରା ପାଇଁ ହାତଖର୍ଚ୍ଚ ଉଠାଇବା ପ୍ରସ୍ତାବରେ ରାଜି ହେଲେ ଅନଭିଜ୍ଞ ଯୁବକ, ଚାଷଜମିରେ ଟ୍ରାକ୍ଟର ଦୁର୍ଘଟଣା ହେବାରୁ ମୃତ୍ୟୁ

Advertisment
ରଥଯାତ୍ରା ପାଇଁ ହାତଖର୍ଚ୍ଚ ଉଠାଇବା ପ୍ରସ୍ତାବରେ ରାଜି ହେଲେ ଅନଭିଜ୍ଞ ଯୁବକ, ଚାଷଜମିରେ ଟ୍ରାକ୍ଟର ଦୁର୍ଘଟଣା ହେବାରୁ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସଂକୁଳେଇ ଗ୍ରାମର ହାଇସ୍କୁଲ ନିକଟରେ ଆଜି ସକାଳ ପ୍ରାୟ ୯ଟା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକ ଗୁରୁତର ଆହତ ହୋଇଥିଲେ। ଆହତ ଟ୍ରାକ୍ଟର ଚାଳକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଖପାଖରେ ଥିବା ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ମୃତକ ଜଣକ ସଙ୍କୁଲେଇ ପଞ୍ଚାୟତ ହରିହରପୁର ଗ୍ରାମର ସୁବାସ ପ୍ରଧାନ ବୋଲି ଜଣାପଡିଛି। ହରଭଙ୍ଗା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡ଼ିଛି।

ତେବେ ମୃତ ସୁବାସଙ୍କ ନାଁରେ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଯୋଜନାବଦ୍ଧଭାବେ ତାଙ୍କୁ ଟ୍ରାକ୍ଟରର ହେଲପରର ଚିତ୍ରଣ କରି ଦୁର୍ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଥିବା ଦର୍ଶାଇ ଏହାକୁ ଭିନ୍ନମୋଡ଼ ଦେବାପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗ ହେଉଛି। ସୂଚନା ମତେ ଆଜି ରଥଯାତ୍ରା ପାଇଁ କିଛି ହାତଖର୍ଚ୍ଚ ବାହାର କରିବା ପାଇଁ ଟ୍ରାକ୍ଟର ମାଲିକଙ୍କ ପ୍ରସ୍ତାବରେ ରାଜି ହୋଇ ସୁବାସ ଟ୍ରାକ୍ଟରରେ ଜଣେ ବ୍ୟକ୍ତିଙ୍କ ଜମି ଚଷୁଥିବା ସମୟରେ ହିଡ଼ ଅତିକ୍ରମ କରିବାକୁ ଯାଇ ଟ୍ରାକ୍ଟରଟି ଓଲଟି ପଡିବାରୁ ଚାଳକ ଟ୍ରାକ୍ଟର ତଳେ ଚାପିହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe