ମା’ର ଦ୍ବିତୀୟ ପତିକୁ ଭୁଜାଲିରେ ହାଣି ହତ୍ୟା, ଅଭିଯୁକ୍ତ ଅଟକ

Advertisment
ମା’ର ଦ୍ବିତୀୟ ପତିକୁ ଭୁଜାଲିରେ ହାଣି ହତ୍ୟା, ଅଭିଯୁକ୍ତ ଅଟକ

ସୁନ୍ଦରଗଡ଼: ରବିବାର ରାତିରେ ସୁନ୍ଦରଗଡ଼ ଟାଉନଥାନା ବିଜୁ ଏକ୍ସପ୍ରେସ ୱେ ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ଗ୍ୟାରେଜ ଆଗରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମେଦିନୀପୁରର ନସିମ ଖାନ ନାମକ ଜଣେ ବ୍ୟବସାୟୀଙ୍କୁ କେନ୍ଦୁପଡ଼ାର ପ୍ରତୀକ ବାରା ନାମକ ଯୁବକ ଅତି ନୃଶଂସ ଭାବେ ଭୁଜାଲିରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଛି। ତାକୁ ପଡ଼ାର ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଏ ନେଇ ଟାଉନଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ।

ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ମା’ ସ୍ବାମୀ ସଂସାର ଛାଡ଼ି ନସିମଙ୍କୁ ଦ୍ବିତୀୟ ପତି ରୂପେ ଗ୍ରହଣ କରିଥିଲେ। ତାକୁ ନେଇ ଅସନ୍ତୋଷ ଥିବା ବେଳେ ନସିମ ଅଭିଯୁକ୍ତ ପ୍ରତୀକ ଓ ତା’ ବାପାଙ୍କୁ ଜୀବନରେ ମାରିଦେବାର ଧମକ ଦେଇ ଚାଲିଥିଲା। ଶେଷରେ ପ୍ରତୀକ ଅସହ୍ୟ ହୋଇ ନସିମକୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ମୃତକ ନସିମ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସଭାପତି ଥିଲେ। ରାଜରାସ୍ତାରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe