କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ପୁତୁରା ନିଜର ବଡ଼ବାପାଙ୍କୁ ହତ୍ୟା କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଥାନାର ସୁନାରିଝୋଳା ଗାଁରେ ଏଭଳି ଘଟଣା ଘଟିଛି।ଏହାକୁ ଏକ ପାରିବାରିକ କଳହର କରୁଣ ପରିଣତି ବୋଲି କୁହାଯାଉଛି । ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବାବେଳେ ବଡ଼ବାପା ଟି.ସମ୍ବାରିଆ ରେଡି ଓ ପୁତୁରାଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ବଚସା ହୋଇଥିଲା । ଏହାପରେ ପୁତୁରା ଉତ୍ତ୍ୟକ୍ତ ହୋଇ ଏକ ତେଣ୍ଟାରେ ବଡ଼ବାପାଙ୍କୁ ହତ୍ୟା କରିଥିଲା । ଅଭିଯୁକ୍ତ ଏହାପରେ ସେଠାରୁ ଫେରାର ହୋଇଯାଇଥିଲା ।
ଆଜି ସକାଳେ ପରିବାର ଲୋକେ ସମ୍ବାରିଆଙ୍କ ମୃତ ଦେହ ଘର ବାହାରେ ପାଇଥିଲେ । ଏହାପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ବି କରୁଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ,ହତ୍ୟା ମାମଲା ରୁଜୁ କରି ପୁତୁରାକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି ପୁଲିସ।
Follow Us