ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ପଞ୍ଚାୟତ କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ ଅସାବଧାନତା ଭାବେ ସ୍ଥାନୀୟ ପୋଲ ଉପରୁ ଖସିପଡ଼ି ଖଡ଼୍ଗ ନଦୀରେ ନିଖୋଜ ହୋଇଯାଇଛନ୍ତି। ଚୈତନ୍ୟ ଜନ୍ମାଷ୍ଟମୀ ଅବସରରେ ନିଜ ଶ୍ବଶୁର ଘର ମୁଠାବାଲିକୁ ବୁଲିବାକୁ ଆସିଥିଲେ। ଆଜି ସକାଳେ ନିଜ ଗ୍ରାମକୁ ଫେରିବା ସମୟରେ ନିଶାସକ୍ତ ଅବସ୍ଥାରେ ସ୍ଥାନୀୟ ଖଡ଼୍ଗ ନଦୀ ଉପରେ ନବନିର୍ମିତ ପୋଲ ଦେଇ ଯାଉଥିବା ବେଳେ ନିଜର ଭାରସାମ୍ୟ ହରାଇ ନଦୀ ଗର୍ଭକୁ ଖସିପଡ଼ି ନଦୀ ସ୍ରୋତରେ ଭାସି ଯାଇଥିଲେ। ଖବରପାଇ ଅଞ୍ଚଳବାସୀ ସଙ୍ଗେ ସଙ୍ଗେ ନିକଟସ୍ଥ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କଣ୍ଟାମାଳ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଚୈତନ୍ୟଙ୍କ ସନ୍ଧାନ ମିଳିନଥିବା ଜଣାପଡ଼ିଛି।
ଶ୍ବଶୁର ଘରକୁ ବୁଲି ଆସିଥିଲେ; ନିଶାରେ ନଦୀକୁ ଖସିପଡ଼ି ବ୍ୟକ୍ତି ନିଖୋଜ
Advertisment
Follow Us