କଟକ : ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବା ବ୍ୟକ୍ତିଙ୍କୁ ଆଜି ଜେଲ ଯିବାକୁ ପଡ଼ିଛି। କେନ୍ଦ୍ରାପଡ଼ାର ବିଜୟ ମଲ୍ଲିକଙ୍କୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ଅଟକ ରଖିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ପଟ୍ଟାମୁଣ୍ଡାଇ ମଡେଲ ଥାନା ଆଇଆଇସି ରାକେଶ ତ୍ରିପାଠୀ ଓ ଆଳି ଥାନା ସବଇନ୍ସପେକ୍ଟର ମମତା ବିଶ୍ବାଳ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ବିଜୟ ଶୁଣାଣି ସମୟରେ ସ୍ବୀକାର କରିଥିଲେ ଯେ ସତ୍ୟପାଠରେ ବାବାଜୀ ମଲ୍ଲିକଙ୍କ ସଂକ୍ରାନ୍ତରେ ସେ ଭୁଲ ତଥ୍ୟ ଦେଇଥିଲେ। ବାବାଜୀ ମଲ୍ଲିକ ଏବେ ଜୀବିତ ବୋଲି ସେ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୪ରେ ହେବ। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।
ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇ ଜେଲ୍ ଗଲେ
Advertisment
Follow Us