ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କଠୁ ଲୁଟ୍ ମାମଲା: ଅଭିଯୁକ୍ତକୁ ୨ ବର୍ଷ ଜେଲ୍, ୫ ହଜାର ଜରିମାନା

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ରାୟଗଡ଼ା: ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ନିକଟରୁ ୯୭ ହଜାର ଟଙ୍କା ଲୁଟ୍ ମାମଲାର ରାୟ ଆଜି ପ୍ରକାଶ ପାଇଛି। ମହିଳା କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ଶର୍ମା ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଗଞ୍ଜାମର ଆଲୁ ସାନ୍ତୁଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି।

୨୦୨୦ ଡିସେମ୍ବର ୨ ତାରିଖରେ ଚାନ୍ଦିଲି ଥାନା ଜେକେପୁର ନୂଆପଡ଼ା ଅଞ୍ଚଳର ସ୍ବଂୟ ସହାୟକ ଗୋଷ୍ଠୀର ୫ ମହିଳା ଗ୍ରୁପ ଋଣ ଟଙ୍କା ଉଠାଇବାକୁ ରାୟଗଡ଼ା ଆକ୍ସିସ୍ ବ୍ୟାଙ୍କକୁ ଆସିଥିଲେ। ୯୭ ହଜାର ୨୦୦ ଟଙ୍କା ଉଠାଣ ପରେ ସ୍ବଂୟ ସହାୟକ ଗୋଷ୍ଠୀର ଏ. ରେଣୁ ନାମକ ମହିଳା ଓ ସଦସ୍ୟାମାନେ ଟଙ୍କା ବ୍ୟାଗ୍ ନେଇ କପିଳାଶ ଛକ ଅଭିମୁଖେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଆଲୁ ସାନ୍ତୁ ଓ ସହଯୋଗୀ ବାଇକରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର୍ ହୋଇଯାଇଥିଲେ। ଦୁଇ ଚୋରଙ୍କୁ ଧରିବା ଲାଗି ମହିଳାମାନେ ପାଟି କରିଥିଲେ। ହେଲେ ଆଖି ପିଛୁଳାକେ ପଲସର ଯୋଗେ ଦୁଇ ଚୋର ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ଏ. ରେଣୁ ଏ ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କପିଳାଶ ଛକରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଚୋରଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା।

ମାମଲାର ତଦନ୍ତ ଦାୟିତ୍ବ ଏସଆଇ ଶିବ ଶଙ୍କର ସାହୁ ନେବା ପରେ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଲୁ ସାନ୍ତୁ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଗିରଫ ହୋଇଥିଲା। ଗିରଫ ପରେ ସାନ୍ତୁକୁ କୋର୍ଟ ଚାଲାଣ କରାଯାଇଥିଲା। ପୁଲିସ୍ ଚାର୍ଜସିଟ୍ ଦାଖଲ କରିବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ଶର୍ମା ମାମଲାର ବିଚାର ଆରମ୍ଭ କରିଥିଲେ। ୧୨ରୁ ଉର୍ଧ୍ବ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଦୌରାଜଜ୍ ସୋନାଲି ଶର୍ମା ଅଭିଯୁକ୍ତ ଆଲୁ ସାନ୍ତୁକୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିନାୟକ କର ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସୀତାରାମ ପଣ୍ଡା ମାମଲା ପରିଚାଳନା କରୁଥିଲେ। ଜାମିନ୍ ନାମଞ୍ଜୁର ଯୋଗୁ ଗିରଫ ପରଠାରୁ ଆଲୁ ସାନ୍ତୁ ରାୟଗଡ଼ା ସବ୍ ଜେଲ୍ ପରିସରରେ ବିଚରାଧୀନ କଏଦୀ ଭାବେ ରହି ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe