ତନ୍ତ୍ର ସାଧନା ପାଇଁ ପତ୍ନୀକୁ ବଳି ଦେଇଥିଲା ସ୍ବାମୀ, ଆଜୀବନ ଜେଲଦଣ୍ଡ ନି‌ର୍ଦ୍ଦେଶ ଦେଲେ କୋର୍ଟ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଭଦ୍ରକ: ୨୦୧୯ ମସିହା ଜାନୁଆରି ୨୩ ତାରିଖରେ  ଜଣେ  ସ୍ବାମୀ ତନ୍ତ୍ର ସାଧନା ପାଇଁ ନିଜ ଶୋଇବା ଘରେ ପତ୍ନୀର ବେକକୁ ଦା’ରେ କାଟି ବଳି ଦେବା ବାହାନାରେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ସେହି  ସ୍ବାମୀ ବାଁଶଡା ଥାନା ଅନ୍ତର୍ଗତ ଖଦାଳ ପୋଖରି ଗ୍ରାମର ବିଦ୍ୟାଧର ଦାସଙ୍କ ଜ୍ୟଷ୍ଠ ପୁତ୍ର ପ୍ରହଲ୍ଲାଦ ଦାସ। ତନ୍ତ୍ର ସାଧନା ପାଇଁ ନିଜର ଶୋଇବା ଘରେ ପୂଜାପାଠ କରି ଏକ ଧାରୁଆ ଦାଆରେ ପତ୍ନୀ ରଶ୍ମିତା ନାୟକଙ୍କ ବେକ କାଟି ହତ୍ୟା କରି ଥିବାର ପ୍ରମାଣିତ ହେବା ପରେ ଆଜି ଭଦ୍ରକର ମାନ୍ୟବର ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ତାଙ୍କୁ ନିଜର ପତ୍ନୀକୁ ହତ୍ୟା କରିଥିବା ଅପରାଧରେ ଆଜୀବନ ଜେଲଦଣ୍ଡ ସହ ନଗତ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଦେଇ ନ ପାରିଲେ ପୁନଶ୍ଚ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ମଧ୍ୟ ତାଙ୍କ ରାୟରେ ଦର୍ଶାଇଛନ୍ତି।
ବିବରଣୀ ଅନୁଯାୟୀ ବାଂଶଡା ଥାନା ଖଦାଳ ପୋଖରୀ ଗ୍ରାମର ଅଭିଯୁକ୍ତ ପ୍ରହଲ୍ଲାଦ ନିକଟସ୍ଥ ଶଶିକାଦେଇପୁର ଗ୍ରାମର ଲକ୍ଷୀଧର ନାୟକଙ୍କ କନ୍ୟା ରଶ୍ମିତାକୁ ଗତ ୨୦୧୬ ମସିହାରେ ଧାମରାଇ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ରଶ୍ମିତା ତା ସ୍ବାମୀ ସହ ଶଶୁର ଘରେ ରହୁଥିବା ବେଳେ ୨୦୧୯ ମସିହା ଜାନୁଆରି ମାସ ୨୪ ତାରିଖରେ ପ୍ରହଲ୍ଲାଦର ବାପା ଫୋନ ଯୋଗେ ତାଙ୍କ ଝିଅ ରଶ୍ମିତାର ଦେହ ଖରାପ ଅଛି, ତୁରନ୍ତ ତାଙ୍କ ଘରକୁ ଯିବାକୁ କହିଥିଲେ। ଖବର ପାଇ ଲକ୍ଷ୍ମୀଧର ସପତ୍ନୀକ ସେଠାରେ ପହଞ୍ଚି ଦେଖିଲେ ତାଙ୍କର କନ୍ୟା ଖଟ ଉପରେ ମରି ପଡିଛି। ସେଠାରେ ରକ୍ତର ଛିଟା ଲାଗିଥିବା ବେଳେ ତାର ବେକରେ କଟା ଦାଗ  ମଧ୍ୟ ଥିଲା। ପାଖରେ ଯଜ୍ଞ ସାମଗ୍ରୀ ସହ ଏକ ଧାରୁଆ ଦାଆ ମଧ୍ୟ ପାଇଥିଲେ। ତାଙ୍କ କନ୍ୟାକୁ ସ୍ବାମୀ, ଶାଶୁ, ଶଶୁର, ଦିଅର ତଥା ଯାଆମାନେ ମିଳିତ ଭାବରେ ହତ୍ୟା କରିଥିବାର ଅଭିଯୋଗ କରି ତା ପରଦିନ ବାଂଶଡା ଥାନାରେ ଲିଖିତ ଏତେଲା ଦେଇଥିଲେ।  ଏହି ଏତେଲାକୁ ଭିତ୍ତି କରି ବାଂଶଡା ଥନା କେସ ନଂ-୧୬/୨୦୧୯ ଦଫା ୪୯୮ (କ), ୩୦୨, ୩୦୪(ଖ) ରେ ଏକ ମାମଲା ରୁଜୁ କରି ସ୍ବାମୀ ପ୍ରହଲ୍ଲାଦକୁ ଗିରଫ କରି ଜେଲ ପଠାଇ ଦେଇ ଥିଲା।
ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା, ଏହି ହତ୍ୟାକାଣ୍ଡରେ କେବଳ ସ୍ବାମୀ ପ୍ରହଲ୍ଲାଦର ସଂମ୍ପୃକ୍ତ ରହିଛି ଓ ତନ୍ତ୍ର ସାଧନା ପାଇଁ ସେ ନିଜର ପତ୍ନୀକୁ ଶୋଇବା ଘରେ ବଳି ଦେଇଛି। ତେଣୁ ତା ବିରୁଦ୍ଧରେ ୩୦୨ ଦଫାରେ ଚାର୍ଜସିଟ ଦେଇ ଥିଲା। ମାମଲା ବିଚାର ସମୟରେ ପ୍ରହଲ୍ଲାଦ ଜଣେ ବିକୃତ ମସ୍ତିସ୍କ ବ୍ୟକ୍ତି ଥିବାରୁ ଏମିତି ଘଟଣା ଭିଆଇଛି ବୋଲି ଯୁକ୍ତି ଉପସ୍ଥାପନ କରା ଯାଇଥିଲେ ମଧ୍ୟ ତା ପକ୍ଷରୁ ସେ ସଂପର୍କିତ କୌଣସି କାଗଜ ପତ୍ର ଦାଖଲ କରି ପାରି ନ ଥିଲେ। ତେଣୁ ମାନ୍ୟବର କୋର୍ଟ ଆଜି ସ୍ବାମୀ ପ୍ରହଲ୍ଲାଦକୁ ପତ୍ନୀ ହତ୍ୟା ଅଭିଯୋଗରେ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରି ଅଛନ୍ତି। ଅଭିଯୋଗକାରୀଙ୍କ ତରଫରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାମଲା ପରିଚାଳନା କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe