ପତ୍ନୀଙ୍କୁ ଟାଙ୍ଗିଆରେ ହାଣିଥିଲା, ମିଳିଲା ଆଜୀବନ କାରାଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଗୁଣପୁର: ନିଜ ପତ୍ନୀଙ୍କୁ ହତ୍ୟା କରିବା ମାମଲାର ଶୁଣାଣି କରି ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ମାନସ ରଂଜନ ରଥ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ଆଉ ୩ ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ଶୁଣାଣି ହୋଇଥିବା ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୦୨ ମସିହା ଜୁନ୍‌ ୨୩ ତାରିଖ ରାତିରେ ଗୁଣପୁର ଥାନା ଅନ୍ତର୍ଗତ କୁକୁରଗୁଡ଼ା ଗ୍ରାମର ଚନ୍ଦ୍ର ଶବର ଏବଂ ପତ୍ନୀ କୁମାରୀ ଶବରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ନିଶାଶକ୍ତ ଅବସ୍ଥାରେ ଥିବା ଚନ୍ଦ୍ର ଉତ୍ତ୍ୟକ୍ତ ହୋଇ କୁମାରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବାରକୁ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏନେଇ ମୃତ କୁମାରୀଙ୍କ ଭଉଣୀ ଗୁଣପୁର ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଚନ୍ଦ୍ରକୁ ଗିରଫ କରିଥିଲା। ଆଜି ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ମାନସ ରଞ୍ଜନ ରଥ ଏହି ମାମଲାର ଶୁଣାଣି କରିଥିଲେ। ୧୪ ଜଣଙ୍କ ସାକ୍ଷ୍ୟଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ଚନ୍ଦ୍ରକୁ ଆଜୀବନ କାରଦଣ୍ଡାଦେଶ ଦେଇଥିବା ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚନ୍ଦ୍ର ଶବର ପାଇଁ ଓକିଲ ସନ୍ତୋଷ ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe