ପତ୍ନୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ମାଲକାନଗିରି: ମାଥିଲି ଥାନା ଅଞ୍ଚଳରେ ପତ୍ନୀକୁ ହତ୍ୟା କରିଥିବା ମାମଲାର ଶୁଣାଣି କରି ମାଲକାନଗିରି ଜିଲ୍ଲା ଦୌରା ଜଜ୍ ଅଜନ୍ତା ଷଡଙ୍ଗୀ ପତ୍ନୀହନ୍ତା ନରସିଂହ ପୂଜାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଆନାଦେୟରେ ଏକବର୍ଷ କାରାଦଣ୍ଡ ଭୋଗିବେ ବ‌ୋଲି ରାୟ ଦେଇଛନ୍ତି।
ମାଲାକନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତେଲକାବେଛା ଗ୍ରାମର ନରସିଂହ ପୂଜାରୀ ୨୦୧୭ ମସିହା ଜୁନ୍‌ ୨୧ ତାରିଖରେ ତେଲକାବେଛା ଓ ପ୍ରଧାନୀଗୁଡା ଗ୍ରାମ ମଧ୍ୟରେ ଥିବା ରାସ୍ତାରେ ନିଜର ପତ୍ନୀ କୁସମା ପୂଜାରୀଙ୍କ ମୁଣ୍ଡକୁ ପଥରେ ଛେଛି ହତ୍ୟା କରିଦେଇଥିଲେ। କୁସମାକୁ ତାର ସ୍ବାମୀ ହତ୍ୟା କରିଥିବା ନେଇ ରଘୁନାଥ ପ୍ରଧାନ ଓ ଆଇତା କୁଞ୍ଜାମି ମୃତକର ଭାଇ ଗଙ୍ଗାଧର ପୂଜାରୀକୁ ଜଣାଇଥିଲେ। ଏନେଇ ଗଙ୍ଗାଧର ପୂଜାରୀ ମାଥିଲି ଥାନାରେ ଅଭିଯୋଗ ଦେଇଥିଲେ। ଏହାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ନରସିଂହ ପୂଜାରୀକୁ କୋର୍ଟ ଚାଲାଣ କରିଥିଲା। ଏହି ମାଲାରେ ୧୮ ଜଣଙ୍କ ସାକ୍ଷ୍ୟକୁ ଭିତ୍ତି କରି ଜିଲ୍ଲା ‌ଦୌରାଜଜ୍ ନରସିଂହକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ମହିନ୍ଦ୍ରା କୁମାର ନାଗ ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe