ଯୁବକଙ୍କ ଆତ୍ମହତ୍ୟା!

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା କାଉଡ଼ୋଳା ଗ୍ରାମର ଚରଣ ମାଝୀଙ୍କ ପୁଅ ଗୋବର୍ଦ୍ଧନ ମାଝୀ (୩୦) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରେମରେ ବିଫଳ ହେବା ପରେ ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

ଶୁକ୍ରବାର ସକାଳେ ଗୋବର୍ଦ୍ଧନ ଗାଧୋଇବାକୁ ଘରୁ ବାହାରି ଥିଲେ। କିଛି ସମୟ ପରେ ଗାଁ ନିକଟ ଗିରି ଗୋବର୍ଦ୍ଧନ ପାହାଡ଼ ନୂଆଁବନ୍ଧର ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖିଥିଲେ। ଆମପାଣି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କୋକସରା ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe