ଟିଆର୍‌ଏଲ୍ କଲୋନିରେ ଯୁବକଙ୍କ ଆତ୍ମହତ୍ୟା 

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ବ୍ରାଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଟିଆର୍‌ଏଲ୍‌ କଲୋନିର କୁନାଲ ଗଡ଼ନୟକ (୧୯) ଶନିବାର ନିଜ ଘର ଭିତରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଆଜି ସକାଳ ସାଢେ ୮ଟାରେ ଘଟିଥିଲା। ସକାଳେ ହଠାତ୍‌ କୁନାଲ ନିଜ କୋଠରି ଭିତରକୁ ପଶି କବାଟ ବନ୍ଦ କରିଦେବାରୁ ତାଙ୍କ ମା’ଙ୍କ ସନ୍ଦେହ ହୋଇଥିଲା।

ଡାକି ଡାକି ସେ କବାଟ ନ ଖୋଲିବାରୁ ବାପା ଆସି କବାଟ ଖୋଲିବା ପରେ କୁନାଲ ରାଶିରେ ଝୁଲୁଥିବା ଦେଖି ଚିକିତ୍ସା ପାଇଁ ଟିଆରଏଲ୍‌ ହସ୍ପିଟାଲ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଝାରସୁଗୁଡ଼ା ପଠାଇବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe