ଯୁବକଙ୍କ ଆତ୍ମହତ୍ୟା

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ନୂଆପଡ଼ା: ନୂଆପଡ଼ା ସଦର ଥାନା ନୂଆପଡ଼ା ଏନ୍‌ଏସି ବ୍ଲକ୍‌ କଲୋନିର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଟିକମନ ଭୋଇଙ୍କ ବଡ଼ପୁଅ ପ୍ରେମ ଭୋଇ (୨୦) ଶୁକ୍ରବାର ରାତିରେ ଘରେ ଶାଢ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପରିବାର ଲୋକ ସକାଳେ ମୃତଦେହ ଝୁଲୁଥିବା ଦେଖିବା ପରେ ନୂଆପଡ଼ା‌ ସଦର ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ଏନେଇ ଏକ ମାମଲା ରୁଜୁକରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe