ପାରିବାରିକ କଳହରୁ ଯୁବକଙ୍କୁ ହତ୍ୟା

Advertisment
ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

ବିଂଝାରପୁର: ବିଂଝାରପୁର ଥାନା ଚନ୍ଦ୍ରମୁଁ ପଞ୍ଚାୟତ ମଲ୍ଲୀପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଏହି ଗ୍ରାମର ପର୍ଶୁ ଧଳଙ୍କ ପୁଅ ସଂଗ୍ରାମ କେଶରୀ ଧଳ। ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି। ପ୍ରକାଶ ଯେ, ପାରିବାରିକ କଳହକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ ମଲ୍ଲୀପୁର ଗ୍ରାମର ସଂଗ୍ରାମ କେଶରୀ ଧଳ ଶୋଇଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ଏକ କୁରାଢ଼ି ବେଣ୍ଟରେ ଆକ୍ରମଣ କରିଥିଲା।

ଗୁରୁତର ଅବସ୍ଥାରେ ସଂଗ୍ରାମଙ୍କୁ ପରିବାର ଲୋକେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତ ଶନିବାର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ମଙ୍ଗଳାବାଗ ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରାଇଥିବା ମୃତ ଯୁବକଙ୍କ ଶ୍ଵଶୁରଘର ଲୋକେ କହିଛନ୍ତି। ମରଶରୀର ଗ୍ରାମକୁ ଅଣାଯାଇ ଶେଷକୃତ୍ୟ କରାଯାଇଛି। ଏସଂପର୍କରେ ଥାନାରେ ଅଭିଯୋଗ ହୋଇନାହିଁ। ବିଂଝାରପୁର ଆଇଆଇସି ରଂଜିତ ମହାନ୍ତିଙ୍କୁ ପଚାରିବାରୁ ଅଭିଯୋଗ ମିଳିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe