ଘରୋଇ କଳହରୁ ଯୁବକଙ୍କ ଆତ୍ମହତ୍ୟା

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଋଷିବନ୍ଧ ଗ୍ରାମର ସାନୁଜ ଲୁହା (୪୫) ମଙ୍ଗଳବାର ସନ୍ଧ୍ୟା ୭ଟା ବେଳେ ଶୌଚ ପାଇଁ ପୋଖରୀକୁ ଯାଉଥିବା କହି ଯାଇ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ।  ପରିବାର ଲୋକେ ଖୋଜା‌ଖୋଜି କରି ତାଙ୍କୁ ପାଇ ନଥିଲେ। ତେବେ ବୁଧବାର ସକାଳେ ଗ୍ରାମର କିଛି ଲୋକ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ସାନୁଜଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଖବର ପାଇ ପରିବାର ଲୋକେ ପହଞ୍ଚି ସାନୁଜଙ୍କ ଶବ ଗାମୁଛାରେ ଏକ ଗଛରେ ଝୁଲୁଥିବା ଦେଖିଥିଲେ।

ସୂଚନା ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସାନୁଜଙ୍କ ମସ୍ତିଷ୍କ ବିକୃତି ଥିଲା ଓ ତା’ ସହିତ ଗତକାଲି ପରିବାର ମଧ୍ୟରେ ଗଣ୍ଡଗୋଳ ହେବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe