ବାହାଘର ପୂର୍ବ ଦିନ ଯୁବକଙ୍କ ଆତ୍ମହତ୍ୟା

ସିଡିରୁ ପଡ଼ି ଶିଶୁର ଜୀବନ ଗଲା

କଂଟାବାଂଜି: ବଲାଙ୍ଗୀର ଜିଲ୍ଲା କଂଟାବାଂଜି ଥାନା ବୁରୋମାଲ ପଂଚାୟତ ପଖନମୁଣ୍ଡା ଗାଁର କୃଶ ମଲ୍ଲିକ (୨୭) ନାମକ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କୃଶ ଗତ ମଂଗଳବାର ରାତିରୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ରାତିରେ ଖୋଜା ଖୋଜି କରି ପାଇ ନଥିଲେ। ବୁଧବାର ସକାଳେ କୃଶ ତାଙ୍କ ଚାଷଜମିରେ ଏକ ପିଜୁଳି ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଂଟାବାଂଜି ପଠାଇଥିଲା।

ପରିବାର ଲୋକଙ୍କ କହିବା ଅନୁସାରେ, ବେଲପଡ଼ା ଥାନା ଖରଖରା ଗାଁରେ କୃଶଙ୍କ ବାହାଘର ସ୍ଥିର ହୋଇଥିଲା। ବୁଧବାର ସେ ବର ବେଶରେ ଯାଇ ବାହା ହୋଇଥାନ୍ତେ। ବାହାଘର ପାଇଁ ଘରେ ଉତ୍ସାହ ରହିଥିବା ବେଳେ ଏଭଳି ଘଟଣା ଯୋଗୁଁ ସେମାନେ ଭାଙ୍ଗି ପଡ଼ିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସଂଦେହ କରୁଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା  ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe