ବସ୍‌ର ଦୁଇ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବସ୍‌ର ଦୁଇ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Newsd.in

ରାଉରକେଲା: ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ସେବା ଆରମ୍ଭ ହେବା ପରେ ରାଉରକଲୋରେ ଦେଖାଦେଇଛି ବିବାଦ। କେତେବେଳେ ଅସାମାଜିକ ଯୁବକମାନେ ନାଇଟ୍‌ ସୁପର ବସ୍‌କୁ ଭଙ୍ଗାରୁଜା କରୁଛନ୍ତି ତ ପୁଣି କେତେବେଳେ କିଛି ବସ୍‌ର ଡ୍ରାଇଭର, କଣ୍ଡକ୍ଟର, ହେଲପରକୁ ମାଡ ମାରୁଛନ୍ତି। ଆଜି ସେମିତି ଘଟଣାର ପୁନରାବୃ୍ତ୍ତି ‌ହୋଇଛି। ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ରାଉରକେଲାରୁ ଭୁବନେଶ୍ବର ଯାଉଥିବା ‘ପ୍ରଭା’ ନାମକ ଘରୋଇ ଯାତ୍ରୀବାହୀ ଏକ୍ସପ୍ରେସ୍‌ ବସ୍‌ର ଦୁଇଜଣ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି।

ରାତି ପ୍ରାୟ ୯ଟାରେ କିଛି ଅସାମାଜିକ ଯୁବକ ବସ୍‌‌ଷ୍ଟାଣ୍ଡରେ ପହଞ୍ଚି ବସ୍‌ର ଶେଖ ରମଜାନ୍‌ ଓ ସୁଦୀପ ଖାଲ୍‌କୋକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କେବଳ ମାଡ ମାରିନଥିଲେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ। ଗୁରୁତର ଦୁହିଁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ ମାଲିକ ପ୍ରଭାତ କିଶୋର ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

publive-image

ସୂଚନାଯୋଗ୍ୟ, ଗତ ପ୍ରାୟ ଦେଢ଼ ମାସରେ ରାଉରକେଲାରୁ ଭୁବନେଶ୍ବର, ଭଦ୍ରକ ଚାନ୍ଦବାଲି ସମେତ ଅନ୍ୟାନ୍ୟ ସହରକୁ ଯାତାୟତ କରୁଥିବା ବସ୍‌ଗୁଡ଼ିକୁ କିଛି ଅସାମାଜିକ ଯୁବକ ଅଟକାଇ ଭଙ୍ଗାରୁଜା କରିଥିଲେ। ବସ୍‌ର ଡ୍ରାଇଭର, କଣ୍ଡକ୍ଟରଙ୍କୁ ଧମକଚମକ ଦେଇଥିଲେ। ଏ ସଂକ୍ରାନ୍ତରେ ରଘୁନାଥପାଲୀ, ଟାଙ୍ଗରପାଲି ସମେତ ଅନ୍ୟାନ୍ୟ ଥାନାରେ ଅନେକ ଲିଖିତ ଅଭିଯୋଗ ହୋଇଛି। ଆଜିଯାଏ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ବସ୍‌ଯାତ୍ରା ଅସୁରକ୍ଷିତ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe