ଜମିବାଡ଼ି ବିବାଦ ଘଟଣାରେ ଜଣକୁ ପିଟିପିଟି ହତ୍ୟା

Advertisment
ଜମିବାଡ଼ି ବିବାଦ ଘଟଣାରେ ଜଣକୁ ପିଟିପିଟି ହତ୍ୟା

ଯାଜପୁର: ଜମିବାଡ଼ି ବିବାଦ ଘଟଣାରେ ଆଜି ସକାଳେ ଯାଜପୁର ସଦର ଥାନା ଅନ୍ତର୍ଗତ ସାହସପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି।

ମୃତବ୍ୟକ୍ତିଜଣକ ହେଉଛନ୍ତି, ପ୍ରଶାନ୍ତ କୁମାର ଜେନା। ପୂର୍ବରୁ ଗାଁର କିଛି ଲୋକଙ୍କ ସହିତ ପ୍ରଶାନ୍ତଙ୍କର ଜମିବାଡ଼ି ବାବଦରେ ବିବାଦ ଚାଲିଥିଲା। ପ୍ରାୟ ଦୁଇ ମାସ ହେବ ଥାନାରେ ମଧ୍ୟ ଏହି ବିବାଦର ଆପୋସ ବୁଝାମଣା କରାଯାଇଥିଲା।

ଆଜି ସକାଳେ ପ୍ରଶାନ୍ତ ଶୌଚ ହେବାକୁ ଯାଇଥିଲେ। କିନ୍ତୁ, ସେଠାରେ ଜଗି ରହିଥିବା ବିରୋଧୀ ବ୍ୟକ୍ତିମାନେ ପିଟାପିଟି କରିବାରୁ ଘଟଣାସ୍ଥଳରେ ପ୍ରଶାନ୍ତଙ୍କର ମୃତ୍ୟୁ ଘଟିଥିଲା।

ପ୍ରଶାନ୍ତ ମରି ପଡ଼ିଥିବା ଦେଖି କେତେକ ଗ୍ରାମବାସୀ ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରୁ ପ୍ରଶାନ୍ତଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣା ଯାଇଥିବା ଡାକ୍ତରମାନେ ଘୋଷଣା କରିଥିଲେ।

ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe