ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କୁ ଶତ୍କାର ପାଇଁ ଶ୍ମଶାନକୁ ନିଆ ଯାଇଥିବା ବେଳେ ଜୁଇ ଉପରେ ଉଠି ପଡ଼ିଲେ ମୃତକ

Advertisment
ବଜ୍ରାଘାତରେ ମୃତ ବ୍ୟକ୍ତିଙ୍କୁ ଶତ୍କାର ପାଇଁ ଶ୍ମଶାନକୁ ନିଆ ଯାଇଥିବା ବେଳେ ଜୁଇ ଉପରେ ଉଠି ପଡ଼ିଲେ ମୃତକ

ସୋରଡ଼ା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ହରିପୁର ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ମୃତବ୍ୟକ୍ତିଙ୍କୁ ଶ୍ମଶାନକୁ ପୋଡିବାକୁ ନିଆଯାଇଥିଲା। ଜୁଇରେ ନିଆଁ ଲଗାଇବା ପାଇଁ ଆଉ କିଛି ସମୟ ବାକି ଥିବା ବେଳେ ସେ ହଠାତ ସେଠାରୁ ଉଠିପଡ଼ିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ବ୍ୟକ୍ତିଙ୍କ ନାମ ସୀମାଞ୍ଚଳ ମଲିକ ବୟସ ୫୨ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୀମାଞ୍ଚଳ ମଲିକ ଗତ ଶନିବାର ଛେଳି ଚରାଇବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଛେଳିପଲକୁ ପାଇଥିଲେ ହେଁ ସୀମାଞ୍ଚଳଙ୍କ କୌଣସି ସନ୍ଧାନ ପାଇ ନଥିଲେ। ରବିବାର ସକାଳୁ ଗାଁ ନିକଟ ଜଙ୍ଗଲରେ ସୀମାଞ୍ଚଳ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ବଜ୍ରାଘାତରେ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଥିଲେ। ଏହାପରେ ତାଙ୍କର କୋକେଇ ସଜଡ଼ି ବନ୍ଧୁ ପରିଜନ କାନ୍ଧରେ ଶ୍ମଶାନ ନେଇ ଯାଇଥିଲେ।

publive-image

ଶେଷକୃତ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସୀମାଞ୍ଚଳ ହଠାତ ଜୁଇରୁ ଉଠି ପଡ଼ିଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତର  ଚିକିତ୍ସା କରିବାରୁ ସୀମାଞ୍ଚଳ ସୁସ୍ଥ ଯାଇଥିଲେ। ସୀମାଞ୍ଚଳକୁ ପୁଣି ଜୀବିତ ପାଇ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe