କଙ୍ଗାରୁ କୋର୍ଟ: ଚୋର ସନ୍ଦେହରେ ଗାଁ ଦାଣ୍ଡରେ ଯୁବକର ଚୁଟି କାଟିଲେ ଓ ବେକରେ ଜୋତା ପକାଇ ଗାଁରେ ବୁଲାଇଲେ

Advertisment
କଙ୍ଗାରୁ କୋର୍ଟ: ଚୋର ସନ୍ଦେହରେ ଗାଁ ଦାଣ୍ଡରେ ଯୁବକର ଚୁଟି କାଟିଲେ ଓ ବେକରେ ଜୋତା ପକାଇ ଗାଁରେ ବୁଲାଇଲେ

ଡାବୁଗାଁ: ବିଜାପୁରରେ କଙ୍ଗାରୁ କୋର୍ଟ। ମୋବାଇଲ ଚୋର ସନ୍ଦେହରେ ଗାଁ ଦାଣ୍ଡରେ ଯୁବକର ଚୁଟି କାଟି‌ଲେ ଓ ବେକରେ ଜୋତା ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଲେ। ଏତିକିରେ ସରିଲାନି ନିର୍ଯାତନା। ଅଶ୍ଳିଳ ଭାଷାରେ ଗାଳି କରି ବାଡି ରେ ନିସ୍ତୁକ ପିଟିଲେ। ନବରଙ୍ଗପୁର ଜିଲ୍ଲାରେ ମାସକ ମଧ୍ୟରେ ଏପରି କଙ୍ଗାରୁ କୋର୍ଟରେ ନିର୍ଯାତନା ୨ୟ ଘଟଣା ଘଟିଛି। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ଗ୍ରାମରେ।

ଆଜି ପୂର୍ବାହ୍ନ ୧ଟା ‌ବେଳେ ଡାବୁଗାଁ ଥାନା ଜୁନାପାଣି ପଞ୍ଚାୟତ ଅନ୍ତର୍ଗତ ଧନସରା ଗ୍ରାମ ର ଜଣେ ଯୁବକ ହିରା ସିଂ ଗୌଡ଼ କୁ ବିଜାପୁର ଗ୍ରାମରେ କିଛି ଯୁବକ ମୋବାଇଲ ଚୋର ସନ୍ଦେହ ରେ ଗ୍ରାମବାସୀ ଅକଥନୀୟ ନିର୍ଯାତନା ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ଜଣାପଡିଛି ଯେ ହିରା ସିଂଙ୍କୁ ପ୍ରଥମେ ଚୁଟି କାଟିଥିଲେ। ପରେ ଜୋତାକୁ ତାର ବେକରେ ପକାଇ ନିସ୍ତୁକ ମାଡ ମାରିବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ଗାଁ ଦାଣ୍ଡରେ ବୁଲାଇ ଆଇନକୁ ହାତକୁ ନେଇଥିଲେ।

ଏହି ଘଟଣା ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହେବା ପରେ ଭାଇରାଲ ଭିଡିଓକୁ ଆଧାର କରି ଡାବୁଗାଁ ପୁଲିସ ବିଜାପୁରର ୪ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିଛି। ତେବେ ନିର୍ଯାତିତ ଯୁବକ ସହିତ ଯୋଗାଯୋଗ କରାଯାଇପାରି ନାହିଁ। ନବରଙ୍ଗପୁର ଜିଲ୍ଲାରେ ଏପରି ଘଟଣା ବହୁବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଗତ ଜୁଲାଇ ୩୧ ତାରିଖ ଦିନ ଅନୁରୁପ ଭାବେ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ମୋତିଗାଁ ଗ୍ରାମରେ ପିଲା ଚୋର ସନ୍ଦେହରେ ଝରିଗାଁ ବ୍ଲକ ତୁରୁକିଗୁଡା ଗ୍ରାମର ବୃନ୍ଦାବନ ସାନ୍ତା ନାମକ ଜଣେ ପିଏଚଡି ଯୁବକକୁ ଉଲଗ୍ନ କରି ନିସ୍ତୁକ ମାଡ ମରାଯାଇଥିଲା। ଉକ୍ତ ଘଟଣା ସଂକ୍ରାନ୍ତରେ ଜାତୀୟ ମାନବାଧିକାର କମିସନ ଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe