ସାନ ଭାଇକୁ ହତ୍ୟା ଘଟଣା: ଜମି ଭାଗବଣ୍ଟାକୁ ନେଇ ଟାଙ୍ଗିଆରେ ହାଣିଦେଲା

ସାନ ଭାଇକୁ ହତ୍ୟା ଘଟଣା: ଜମି ଭାଗବଣ୍ଟାକୁ ନେଇ ଟାଙ୍ଗିଆରେ ହାଣିଦେଲା

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ଥାନା ଅନ୍ତର୍ଗତ ଜାମୁଯୋରୀ ଗ୍ରାମରେ ଶନିବାର ରାତିରେ ଘଟିଥିବା ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଅର୍ଜୁନ ପ୍ରଧାନ ଓରଫ ବୁଲୁକୁ ଗିରଫ କରିବା ସହ ହତ୍ୟାକାଣ୍ତରେ ବ୍ୟବହାର ହୋଇଥିବା ଟାଙ୍ଗିଆ ଜବତ କରିଛି। ଜମି ଭାଗ ବଣ୍ଟାକୁ ନେଇ ବର୍ଷେ ପୂର୍ବରୁ ରାଗ ସୁଝାଇବାକୁ ଯାଇ ବଡ଼ ଭାଇ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ପୁଲିସ ସୂତ୍ରରୁ ପ୍ରକାଶ ।

ସୂଚନା ଅନୁସାରେ ଜାମୁଯୋରୀ ଗ୍ରାମର ବିନୋଦ ପ୍ରଧାନଙ୍କ ତିନି ପୁଅଙ୍କ ମଧ୍ୟରୁ ବଡ ଅର୍ଜୁନ ପ୍ରଧାନ ଏବଂ ଦିତ୍ବୀୟ ଅଶୋକ ପ୍ରଧାନ। ଦୁଇ ଭାଇଙ୍କ ମଧ୍ୟରେ ନିୟମିତ ଝଗଡା ହେଉଥିବା ବେଳେ ଗତ ପ୍ରାୟ ବର୍ଷକ ଆଗରୁ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇ ଅର୍ଜୁନଙ୍କ ମୁଣ୍ତ ଫାଟି ଯାଇଥିଲା। ତେବେ ଏହି ଘଟଣା ସମାଧାନ ହୋଇଥିଲା। ଶନିବାର ରାତି ପ୍ରାୟ ୯ଟା ସମୟରେ ଅଶୋକ ନିଜ ବାଇକ୍‌ରେ ତଅଁଳା ସାହି ସମ୍ମୁଖରେ ଗାଁ ଦାଣ୍ତରେ ଠିଆ ହୋଇଥିବା ବେଳେ ଅର୍ଜୁନ ପଛପଟୁ ଆସି ଅଶୋକର ବେକରେ ଟାଙ୍ଗିଆରେ ଚୋଟ ମାରିଥିଲା। ଫଳରେ ଘଟଣାସ୍ଥଳରେ ଅଶୋକର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ନାକଟିଦେଉଳ ପୁଲିସ ଏସ୍‌ଆଇ ଧର୍ମେନ୍ଦ୍ର ଭୋଇ ସଦଳବଳ ଘଟଣାସ୍ଥଳରେ ପହଂଚି ହତ୍ୟାକାରୀ ଅର୍ଜୁନକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲେ।

ଅପର ପକ୍ଷେ ରବିବାର ସକାଳୁ ରେଢାଖୋଲ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁ, କିସିଣ୍ତା ଥାନା ଅଧିକାରୀ ଚିତ୍ତରଂଜନ ନାଏକ, ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ମୃତ ଅଶୋକଙ୍କ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇଥିଲେ। ଏ ନେଇ ନାକଟିଦେଉଳ ଥାନାରେ କେସ ନଂ ୪୧/୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଏସଆଇ ଧର୍ମେନ୍ଦ୍ର ଭୋଇ ପ୍ରକାଶ କରିଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe