ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳିଲେ

Advertisment
ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳିଲେ

କୋକସରା: କୋକସରା ବ୍ଲକ ଆଇସିଡିଏସ୍‌ କାର୍ଯ୍ୟାଳୟରେ ଆଜିକୁ ୩ ଦିନ ହେଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ୮ ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ତେବେ ଆଜି ଧାରଣାସ୍ଥଳରେ କର୍ମୀମାନେ ମାଣବସା ଗୁରୁବାର ପାଳନ କରିଛନ୍ତି। ଯଥା ରୀତିନୀତିରେ ପୂଜାର୍ଚ୍ଚନା କରିବା ସହ ଲକ୍ଷ୍ମୀ ପୁରାଣ ପାଠ କରିଛନ୍ତି। ଏହି ଆନ୍ଦୋଳନରେ କୋକସରା ବ୍ଲକ ସଙ୍ଘର ସଭାନେତ୍ରୀ ଦମୟନ୍ତୀ ବେଶ୍ରା, ସମ୍ପାଦିକା ନିର ମହାନନ୍ଦ, କୋଷାଧ୍ୟକ୍ଷା ତରୁଲତା ଦାସ, ସୌଦାମିନୀ ବେହେରା, ସେକ୍ଟର ଲିଡର ତୁଳସୀ ବେଶ୍ରା, ପୂର୍ଣ୍ଣମୀ ନାଏକ, ଚଞ୍ଚଲା ଦଳପତି, ଗାୟତ୍ରୀ ମାଝୀ, ଭୂମିସୁତା ମାଝୀ, ମନ୍ଦାକିନୀ ବାଗ, ଅଭିନ୍ନ ପଟ୍ଟନାୟକ, ପଦ୍ମିନୀ ନାଏକ ପ୍ରମୁଖ ସାମିଲ ହୋଇଛନ୍ତି।

କଲମପୁର: ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା ଗୁରୁବାର ତୃତୀୟ ଦିନରେ ପହଞ୍ଚିଛି। କଲମପୁର ଆଇସିଡିଏସ୍‌ ଅଫିସ୍‌ ଆଗରେ ଆନ୍ଦୋଳନ ଚଲାଇଥିବା ବେଳେ ଆଜି ଧାରଣାରତ ଅଙ୍ଗନବାଡ଼ି କର୍ମୀ ରାଜରାସ୍ତାରେ ମାଣବସା ଗୁରୁବାର ପାଳନ କରିଛନ୍ତି। ପବିତ୍ରା ପଣ୍ଡା, କୁମୁଦିନୀ ଛତ୍ରିଆ, ଲଳିତା ନାଏକ, ମେନକା ନିଆଲ, ମୋହିନୀ ନାଏକ, ସଂଗୀତା ମହାପାତ୍ର, ଜ୍ୟୋତ୍ସ୍ନା ନାଏକ, ଯମୁନା ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe