ଭାଙ୍ଗିଲା ବେସରକାରୀ ଅନୁଦାନପ୍ରାପ୍ତ ଯୁକ୍ତ୨ କଲେଜର ପରିଚାଳନା କମିଟି

Advertisment
ଆଜିଠୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ବନ୍ଦ

free-apply.com

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ର ଗଭର୍ଣ୍ଣିଂ ବଡି ତଥା ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି। ଓଡ଼ିଶା ଶିକ୍ଷା ଆଇନ-୧୯୬୯ର ସେକ୍ସନ-୭ ଓ ସବ୍‌ ସେକ୍ସନ-୬ ଅନୁଯାୟୀ ଗଭର୍ଣ୍ଣିଂ ବଡି ତଥା ପରିଚାଳନା କମିଟିକୁ ପୁର୍ନଗଠନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଯେଉଁ ବିଦ୍ୟାଳୟଗୁଡ଼ିକରେ ଜିଲ୍ଲାର ସବ୍‌ କଲେକ୍ଟର/ଅତିରିକ୍ତ ଜିଲ୍ଲାପାଳ ଗଭର୍ଣ୍ଣିଂ ବଡିର ସଭାପତି ଭାବେ ମନୋନୀତ ହୋଇଛନ୍ତି ତାହାକୁ ଭଙ୍ଗାଯାଇ ନାହିଁ।

ପରବର୍ତୀ ନିର୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଭର୍ଣ୍ଣିଂ ବଡି ତଥା ପରିଚାଳନା କମିଟିର ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ କରିବେ। ଯେଉଁ ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ରହିଛନ୍ତି ସେ କ୍ଷେତ୍ରରେ ଜିଲ୍ଲାପାଳ ଜଣଙ୍କୁ ମନୋନୀତ କରିବେ। ଜିଲ୍ଲା ମୁଖ୍ୟାଳୟ ବାହାରେ ଥିବା ବିଦ୍ୟାଳୟଗୁଡ଼ିକରେ ସବ୍‌ କଲେକ୍ଟର ଗଭର୍ଣ୍ଣିଂ ବଡି ତଥା ପରିଚାଳନା କମିଟିର ସଭାପତି ଭାବେ ରହିବେ। ବିଜ୍ଞପ୍ତି ପ୍ରକାଶ ପାଇବା କ୍ଷଣି ଏହାକୁ କାର୍ଯ୍ୟକାରୀ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe