ମଣପୁରମ୍‌ ଡକାୟତି ମାମଲା: ଲୁଟ୍‌ ସୁନାରୁ କିଣାଯାଇଛି ୧୪ ବନ୍ଧୁକ

Advertisment

ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ ଗୋଲ୍‌ଡ ଫାଇନାନ୍ସ ସଂସ୍ଥାରୁ ଡକାୟତମାନେ ଲୁଟି ନେଇଥିବା ୨୭.୫୨ କେଜି ସୁନା ବିକ୍ରି ଟଙ୍କାରୁ ଅତ୍ୟାଧୁନିକ ବନ୍ଧୁକ କିଣାଯାଇଛି। କିଛି ଦିନ ତଳେ ଦିଲ୍ଲୀ ପୁଲିସ ସହାୟତାରେ ଅପରାଧୀମାନେ କିଣିଥିବା ୧୪ଟି ବନ୍ଧୁକ ସହିତ ୪ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ ଗୋଲ୍‌ଡ ଫାଇନାନ୍ସ ସଂସ୍ଥାରୁ ଡକାୟତମାନେ ଲୁଟି ନେଇଥିବା ୨୭.୫୨ କେଜି ସୁନା ବିକ୍ରି ଟଙ୍କାରୁ ଅତ୍ୟାଧୁନିକ ବନ୍ଧୁକ କିଣାଯାଇଛି। କିଛି ଦିନ ତଳେ ଦିଲ୍ଲୀ ପୁଲିସ ସହାୟତାରେ ଅପରାଧୀମାନେ କିଣିଥିବା ୧୪ଟି ବନ୍ଧୁକ ସହିତ ୪ ଜଣଙ୍କୁ ଗିରଫ କରାଯାଇଛି।

sffsxcd

ସମ୍ବଲପୁର: ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ ଗୋଲ୍‌ଡ ଫାଇନାନ୍ସ ସଂସ୍ଥାରୁ ଡକାୟତମାନେ ଲୁଟି ନେଇଥିବା ୨୭.୫୨ କେଜି ସୁନା ବିକ୍ରି ଟଙ୍କାରୁ ଅତ୍ୟାଧୁନିକ ବନ୍ଧୁକ କିଣାଯାଇଛି। କିଛି ଦିନ ତଳେ ଦିଲ୍ଲୀ ପୁଲିସ ସହାୟତାରେ ଅପରାଧୀମାନେ କିଣିଥିବା ୧୪ଟି ବନ୍ଧୁକ ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ବନ୍ଧୁକ କାରବାର ପଛରେ ବିଦେଶୀ (ସମ୍ଭବତଃ ପାକିସ୍ତାନ) ଲିଙ୍କ୍ ଥିବା ନେଇ ଆଶଙ୍କା କରିଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ। ଏ ସଂକ୍ରାନ୍ତରେ ସମ୍ବଲପୁର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଦିଲ୍ଲୀରୁ ଗିରଫ ହୋଇଥିବା ଏହି ଦୁର୍ଦ୍ଦାନ୍ତ ଡକାୟତମାନେ ହେଲେ ବିହାର ସୋନ୍ଧୋ ମୁବାରକପୁରର ବିକାଶ କୁମାର ଓରଫ୍‌ ଜନ ରାଇଟ୍ (୨୫), ସଞ୍ଜୀବ ପାଶୱାନ ଓରଫ୍‌ ସକଲଦୀପ ପାଶୱାନ ଓରଫ୍‌ ଅନୁଜ ଶର୍ମା (୨୪), ପାଟନାର ଯଶ ଆନନ୍ଦ ଓରଫ୍‌ ରିଶୁ (୨୮) ଏବଂ ପୀୟୂଷ ରାଜ ଓରଫ୍‌ ପୀୟୂଷ ଜୟସ୍ବାଲ ଓରଫ୍‌ ଅର୍ଜୁନ (୨୫)। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ୨୫ ଏବଂ ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଖୁବ୍‌ଶୀଘ୍ର ଏହି ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ। ଡକାୟତଙ୍କ ଦ୍ବାରା ଲୁଟି ନିଆଯାଇଥିବା ସୁନାକୁ ଆଉ କେଉଁ ଦିଗରେ ବ୍ୟବହାର କରାଯାଇଛି, ସେ ସଂପର୍କରେ ପଚରାଉଚୁରା କରାଯିବ ବୋଲି ଏସ୍‌ପି କହିଛନ୍ତି।

ଦିଲ୍ଲୀରୁ ଧରାପଡ଼ିଲେ ଆଉ ୪ ଡକାୟତ
ବନ୍ଧୁକ କାରବାର ପଛରେ ବିଦେଶୀ ଲିଙ୍କ୍‌!

ଗତ ଜାନୁଆରି ୩୦ ତାରିଖ‌ରେ ମଣପୁରମ ସଂସ୍ଥାରେ ଡକାୟତି ହୋଇଥିବାବେଳେ ଏହି ମାମଲାରେ ଗିରଫ ଡକାୟତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ମାଷ୍ଟରମାଇଣ୍ଡ ସୁବୋଧ ସିଂହକୁ ରିମାଣ୍ଡରେ ଅଣାଯାଇଛି। ଏହା ସତ୍ତ୍ବେ ଲୁଟ୍‌ ହୋଇଥିବା ସୁନା କିମ୍ବା ନଗଦ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ୩ ମାସ ମଧ୍ୟରେ ଯୋଜନାବଦ୍ଧ ଭାବେ ଲୁଟ୍‌ ସୁନାକୁ ବିକି ବନ୍ଧୁକ କିଣିବା ଘଟଣା ଖୋଦ ପୁଲିସକୁ ମଧ୍ୟ ଚକିତ କରିଛି। ଜେଲ୍‌ରେ ଥାଇ ସୁବୋଧ ସିଂହ ଡକାୟତି ଯୋଜନାର ରୂପରେଖ ପ୍ରସ୍ତୁତ କରିବା ସହ ଏହାକୁ କାର୍ଯ୍ୟକାରୀ କରିଥିଲା। ଏସ୍‌ପିଙ୍କ ସୂଚନା ଅନୁସାରେ, ଗିରଫ ହୋଇଥିବା ବିକାଶ କୁମାର ଓ ପୀୟୂଷ ରାଜ ପୂର୍ବରୁ ରାଜସ୍ଥାନ ଉଦୟପୁରରୁ ୨୫ କେଜି ଏବଂ ମଧ୍ୟପ୍ରଦେଶର କଟନିରୁ ୧୭ କେଜି ସୁନା ଲୁଟି ଫେରାର ହୋଇଥିଲେ। ଦିଲ୍ଲୀ ପୁଲିସ ସହଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ସଞ୍ଜୀବ ପାଶୱାନ, ଯଶ ଆନନ୍ଦ ଏବଂ ପୀୟୂଷ ଡକାୟତିର ପ୍ରାୟ ଦେଢ଼ ମାସ ପୂର୍ବରୁ ବରଗଡ଼କୁ ଆସିଥିଲେ। ସେଠାରେ ମଣପୁରମ ଡକାୟତି ପାଇଁ ରେକି କରିଥିଲେ। ଡକାୟତି ପରେ କେଉଁ ମାର୍ଗରେ ସୁରକ୍ଷିତ ଫେରାର ହୋଇ ପାରିବେ ତାହା ବି ଚିହ୍ନଟ କରିଥିଲେ। ସେହି ଅନୁଯାୟୀ ପୂର୍ବ ନିୟୋଜିତ ଯୋଜନାରେ ପୀୟୂଷ ସୁନା ନେଇ ଦିଲ୍ଲୀରେ ପହଞ୍ଚିଥିଲା। ସୁନାବିକ୍ରି ଟଙ୍କାରୁ ଅପରାଧୀମାନେ ବିଦେଶୀ ନିର୍ମିତ ଅତ୍ୟାଧୁନିକ ବନ୍ଧୁକ କିଣିଥିଲେ। ଅପରାଧୀଙ୍କୁ ଧରିବା ପାଇଁ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ)ର ସହାୟତା ନିଆଯାଇଥିଲା ବୋଲି ଏସ୍‌ପି କହିଛନ୍ତି। ପ୍ରକାଶଥାଉକି, ବନ୍ଧୁକ ଜବତ ମାମଲାରେ ସୁବୋଧ ସିଂହକୁ ରିମାଣ୍ଡରେ ନେବା ପାଇଁ ଦିଲ୍ଲୀ ପୁଲିସ ଏବେ ସମ୍ବଲପୁରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe