ମାନସ ଦାସଙ୍କୁ ହାଇକୋର୍ଟରୁ ଜାମିନ 

Advertisment
ମାନସ ଦାସଙ୍କୁ ହାଇକୋର୍ଟରୁ ଜାମିନ 

କଟକ : ବହୁଚର୍ଚ୍ଚିତ ମାନସ ରଂଜନ ଦାସ ଓରଫ ଗୁରୁଜୀଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ବେଗୁନିଆ ଥାନାରେ ୨୦୨୧ରେ ରୁଜୁ ଅପହରଣ ଓ ହତ୍ୟା ମାମଲାରେ ମାନସଙ୍କୁ ଜାମିନ ମିଳିଛି। ୩୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ଼ ପାଇବା ପରେ ସେ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିବେ ନାହିଁ। ଟ୍ରାଏଲ୍‌ ବେଳେ ନିମ୍ନ ଅଦାଲତରେ ସବୁ ତାରିଖରେ ହାଜର ହେବେ ଓ ସପ୍ତାହରେ ଗୋଟିଏ ଦିନ ଥାନାରେ ହାଜର ହେବେ ବୋଲି ସର୍ତ୍ତାରୋପ କରାଯାଇଛି। ଯଦି ସର୍ତ୍ତ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ଜାମିନ ରଦ୍ଦ ହେବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହିତ ନିମ୍ନ ଅଦାଲତ ଚାହିଁଲେ ଜାମିନ ପାଇଁ ଅନ୍ୟ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe