ରାଜଧାନୀର ସୁପର ସ୍ପ୍ରେଡର : ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୨୬ ଅଟାକଳ କର୍ମଚାରୀ କରୋନା ଆକ୍ରାନ୍ତ

Advertisment
ରାଜଧାନୀର ସୁପର ସ୍ପ୍ରେଡର : ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୨୬ ଅଟାକଳ କର୍ମଚାରୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ରାଜଧାନୀରୁ ୯୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୭୨ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୯ଟି ସ୍ଥାନୀୟ ସଂକ୍ରମଣ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ଟୁଇଟ କରି ସୂଚନା ଦିଆଯାଇଛି।  ତେବେ ଏହି ୯୧ ଜଣଙ୍କର ମଧ୍ୟରୁ ୨୬ ଆକ୍ରାନ୍ତ ଜଣେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା କବଳିତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଫଳ ପ୍ରଶାସନକୁ ଚିନ୍ତାରେ ପକାଇଛନ୍ତି ଏହି ସୁପର ସ୍ପ୍ରେଡର।

ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏହି ସୁପର ସ୍ପ୍ରେଡରଙ୍କ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଏହି ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ଏକ ଅଟାକଳର ୨୬ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୫୦, ୨୫,୪୫,୩୮,୩୧, ୩୦, ୫୫, ୨୫, ୪୧, ୨୦, ୩୯,୨୨, ୩୯,୪୪, ୪୫, ୪୫,୫୧,୭୦, ୪୩,୫୦,୩୩,୩୫,୪୮,୫୩,୬୨,୪୨ବର୍ଷ ହୋଇଥିବା ବେଳେ ସମସ୍ତେ ପୁରୁଷ ବୋଲି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe