ମଣ୍ଡେଇ ଉଦ୍‌ଘାଟିତ: ପରମ୍ପରାକୁ ବଂଚେଇରଖିବାକୁ ବିଧାୟକଙ୍କ ପରାମର୍ଶ

ନବରଙ୍ଗପୁର ଜିଲ୍ଲା ଲୋକ ମହେତ୍ସବ ମଣ୍ଡେଇ ଆସନ୍ତା ଡିସେମ୍ବର ମାସ 6ତାରିଖରେ ହେବାକୁ ଥିବା ବେଳେ ମଙ୍ଗଳବାର ଚନ୍ଦାହାଣ୍ଡି ବ୍ଲକ ମହକୁମା ଠାରେ ବ୍ଲକ ସ୍ତରୀୟ ମଣ୍ଡେଇର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା।

51ed99a2-ffdc-45c2-aa16-707551d1fd52

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଲୋକ ମହେତ୍ସବ ମଣ୍ଡେଇ ଆସନ୍ତା ଡିସେମ୍ବର ମାସ 6ତାରିଖରେ ହେବାକୁ ଥିବା ବେଳେ ମଙ୍ଗଳବାର ଚନ୍ଦାହାଣ୍ଡି ବ୍ଲକ ମହକୁମା ଠାରେ ବ୍ଲକ ସ୍ତରୀୟ ମଣ୍ଡେଇର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏଥିରେ ଆଦିବାସୀ ନୃତ୍ୟ, ଘୁମୁରା, ବନାବାଡି, ମାଦଲି ନାଚର ତାଳେତାଳେ ସମସ୍ତ ଅତିଥି, ଗ୍ରାମବାସୀ, ଜନପ୍ରତିନିଧି, ସରକାରୀ କର୍ମଚାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟସ୍ଥିତ ମଣ୍ଡେଇ ପଡ଼ିଆରେ ପହଂଚିଥିଲେ। ଏହାପରେ ବିଡିଓ ରାମକୃଷ୍ଣ ନାୟକଙ୍କ ତତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୁଜାରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଝରିଗାଁ ବିଧାୟକ ନରସିଂ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡେଇ ୨୦୨୪ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଡ଼ିଓ ରାମକୃଷ୍ଣ ନାୟକ ଙ୍କ ସଭାପତିତ୍ୱରେ ଆୟୋଯିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ବିଧାୟକ ଙ୍କ ପ୍ରତିନିଧି ପ୍ରତାପ ଚନ୍ଦ୍ର ବାଘ,ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ ଓ କେତକୀ ମଲ୍ଲୀ ଗୌଡ଼, ତହସିଲଦାର ସହଦେଵ କୁଟ୍ରୁକା, ସମସ୍ତ ବ୍ଲକ ର ବିଡ଼ିଓ ଙ୍କ ସମେତ ବ୍ଲକର ସମସ୍ତ ସରପଂଚ,ସମିତିସଭ୍ୟ ସଭ୍ୟା ଯୋଗ ଦେଇଥିଲେ।

ଏହି ଅବସରରେ ଅତିଥି ମାନେ ଜିଲ୍ଲାର କଳା ,ସଂସ୍କୃତି ଏବଂ ପରମ୍ପରାକୁ କିଭଳି ଭାବେ ବଂଚେଇ ରଖାଯାଇ ପାରିବ ସେନେଇ ମତବ୍ୟକ୍ତ କରିଥିଲେ। ମଣ୍ଡେଇ ପଡିଆ ରେ ବିଭିନ୍ନ ପ୍ରକାର ଷ୍ଟଲ ଖୋଲା ଯାଇଥିବା ବେଳେ କାଷ୍ଠ ନିର୍ମିତ ବିଭିନ୍ନ ମୂର୍ତ୍ତି ସମସ୍ତ ଙ୍କ ମନ କିଣି ଥିଲା। 

ଓମ ସାଇ ଏସ ଏସଜିର ସଭାନେତ୍ରୀ ଗଜାମତି ମାଝୀ ବିଧାୟକଙ୍କୁ କାଠ ନିର୍ମିତ ଗଣେଶ ମୂର୍ତ୍ତି ଉପହାର ଦେଇଥିଲେ। ପାନାବେଡା ଅଞ୍ଚଳର ସମସ୍ତ ଦେବଦେବୀଙ୍କ ଲାଠି ବିମାନ ବ୍ଲକ ରେ ପହଞ୍ଚି ଥିବା ବେଳେ ସମସ୍ତ ଗ୍ରାମରୁ ଆସିଥିବା ଶିରା, ପୂଜାରୀ, ଗଣ୍ଡା, ଚାଲାନ ମାନଂକୁ ବ୍ଲକ ପ୍ରଶାସନ ତରଫରୁ ଚନ୍ଦାହାଣ୍ଡି ପୂଜାରୀ ଦୁର୍ଯ୍ୟୋଧନ ପୂଜାରୀ ସମ୍ବର୍ଦ୍ଧିତ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ  ପାନାବେଡା କଲେଜ ଅଧ୍ୟକ୍ଷ ନଳିନୀ ଦାସ ସତ୍ୟନାରାୟଣ ଦଣ୍ଡସେନା ,ସୁଷମା ଦାଶ ପରିଚାଳନା କରିଥିବା ବେଳେ ସମସ୍ତ ବ୍ଲକ କର୍ମଚାରୀ ସହେଯାଗ କରିଥିଲେ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦିର୍ଘ ଦଶ ବର୍ଷ ପରେ ପୁଣି ଥରେ ବ୍ଲକ ସ୍ତରୀୟ ମଣ୍ଡେଇ ପାଳନ କରାଯାଇଥିବାରୁ ଜନସାଧାରଣ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସାଧୁବାଦ ଜଣେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe