ସମ୍ବଲପୁରରେ ଖୋଲିଲା ମଣ୍ଡି, ଉଠିଲା ୬୦୨୬ ପ୍ୟାକେଟ୍‌ ଧାନ, ଆରମ୍ଭରୁ ହାତଟେକି ଦେଲା ପ୍ରଶାସନ

Advertisment
ସମ୍ବଲପୁରରେ ଖୋଲିଲା ମଣ୍ଡି, ଉଠିଲା ୬୦୨୬ ପ୍ୟାକେଟ୍‌ ଧାନ, ଆରମ୍ଭରୁ ହାତଟେକି ଦେଲା ପ୍ରଶାସନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାରେ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ମଣ୍ଡିକୁ ୬୦୨୬ ପ୍ୟାକେଟ୍‌ ଧାନ ଆସିଥିବା ବ‌େଳେ ସବୁତକ ଧାନ ମଣ୍ଡିରୁ ଉଠିଛି। କୁକୁଡ଼ାପାଲି କ୍ରୟକେନ୍ଦ୍ରକୁ ୩୮୦, ମାଳତୀ ଗୁଣ୍ଡେରପୁରକୁ ୧୯୪୧ ପ୍ୟାକେଟ୍, ଗୋବିନ୍ଦପାଲିକୁ ୧୭୩ ପ୍ୟାକେଟ୍, ଚାରପାଲିକୁ ୯୮୫ ପ୍ୟାକେଟ୍‌, କନଖିଣ୍ଡାକୁ ୨୦୦ ପ୍ୟାକେଟ୍‌, ଧମାକୁ ୩୩୫ ପ୍ୟାକେଟ୍‌, ବତେମୁରାକୁ ୧୧୭୫ ପ୍ୟାକେଟ୍‌ ଧାନ ଆସିଥିଲା। ରବି ଧାନ ସଂଗ୍ରହର ଉଦ୍‌ଘଟାନୀ ଦିବସରେ ମାଳତୀ ଗୁଣ୍ଡେରପୁରରେ ପ୍ରଶାସନ ଓ ଚାଷୀମାନଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା।

ରାଜ୍ୟ ସରକାର ମଣ୍ଡିରୁ ମିଲ୍‌ହେଡ୍‌କୁ ଧାନ ପରିବହନ ନିମନ୍ତେ ପରିବହନ ଏଜେଣ୍ଟ ନିଯୁକ୍ତି ପାଇଁ ପଦକ୍ଷେପ ନେଇଥିଲେହେଁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଆରମ୍ଭରୁ ଏଥର ବି ମଣ୍ଡିରୁ ମିଲ୍‌ ହେଡ଼କୁ ସରକରଙ୍କ ତରଫରୁ ଧାନ ପରିବହନ ହୋଇପାରିବ ନାହିଁ ବୋଲି ଏହି ବୈଠକରେ ଡିଆର୍‌ସିଏସ୍‌ ଲିଂଗରାଜ ନାୟକ ସୂଚନା ଦେବା ସହିତ ଚାଷୀମାନଙ୍କ ସହଯୋଗ କାମନା କରିଥିଲେ। ଚାଷୀମାନେ ନିଜ ଗାଡ଼ିରେ ମିଲ୍‌ହେଡ୍‌କୁ ଧାନ ନେଇ ଗଲେ ସେଠାରେ ବିଗତ ବର୍ଷଗୁଡ଼ିକ ଭଳି ପୁଣି କଟ୍‌ନି ଛଟ୍‌ନି ହେବା ନେଇ ଆଶଙ୍କା ବ୍ୟକ୍ତ କରିଥିଲେ। ‌ତେବେ, ଡିଆର୍‌ସିଏସ୍‌ ଶ୍ରୀ ନାୟକ ଏବଂ ମୁଖ୍ୟ ସିଏସ୍‌ଓ ରାମଚନ୍ଦ୍ର ଟୁଡୁ କଟ୍‌ନି ଛଟ୍‌ନି ସମସ୍ୟା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଚାଷୀମାନଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳଙ୍କ ପ୍ରୟାସରେ ଏଥର ଟୋକନ ଅବଧି ୧୫ଦିନରୁ ୨୫ ଦିନକୁ ବୃଦ୍ଧି ପାଇଛି। ଏଥିପାଇଁ ଚାଷୀମାନେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣେଇ ଥିଲେ। ତ‌େବେ, ପୂର୍ବ ଭଳି ଯେମିତି ଟୋକନ ଇସ୍ୟୁରେ ସମସ୍ୟା ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଚା‌ଷୀମାନଙ୍କୁ ସମସ୍ୟାର ସମ୍ମୁଖୀନ ପଡ଼ିଲେ ସ୍ଥିତି ଭୟାବହ ହେବ ବୋଲି ସତର୍କ କରାଇ ଦେଇଥିଲେ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ଜିଲ୍ଲା ସଂଗଠନ ସଭାପତି ମୁରାରୀ ପୁରୋହିତ, ଉପସଭାପତି ହରିଶଙ୍କର ପୁରୋହିତ, ‌ଉମେଶ ମିଶ୍ର, ସଂପାଦକ ବ୍ୟୋମକେଶ ଠାକୁର, ବିଭୁ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଗୁଣ୍ଡେରପୁର ମାର୍କେଟ କମିଟିର ସଭାପତି ପ୍ରଦୀପ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତାରିଣୀ ଭୋଇ, ସୁଶାନ୍ତ ପଣ୍ଡା, ଗୋବିନ୍ଦ ମିଶ୍ର, ପ୍ରମୋଦ ପଣ୍ଡା, ସନ୍ତୋଷ ପାଢ଼ୀ, ଅଶୋକ ପାଢ଼ୀ, ପ୍ରଶାନ୍ତ ପାଣିଗ୍ରାହୀ, ଏ.ସତ୍ୟନାରାୟଣ, କେ.ଶ୍ରୀନିବାସ, ‌ପ୍ରଦୀପ ବନଛୋର, ଗୋକୁଳ ବନଛୋର, ସଂଜୀବ ପଣ୍ଡା, କେ.ସାଇବାବୁ, ପ୍ରମୋଦ ସାହୁ, କି‌ଶୋର ପଣ୍ଡା, ପ୍ରମୋଦ ପଣ୍ଡା  ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe