Advertisment

Mandia Day: ଲୋକସେବା ଭବନରେ ମାଣ୍ଡିଆ ଦିବସ; ଓଡ଼ିଶା ହେଉଛି ଦେଶର ମିଲେଟ୍ ମଡେଲ୍‌: କେନ୍ଦ୍ର କୃଷି ମନ୍ତ୍ରୀ

Advertisment

ଲୋକସଭା ଭବନରେ ଆଜି ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି।  କେନ୍ଦ୍ର କୃଷି, କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଏହାକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଓଡ଼ିଶା ହେଉଛି ଦେଶର ମିଲେଟ୍ ମଡେଲ୍, ଯାହାକି ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଛି।

ଲୋକସଭା ଭବନରେ ଆଜି ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି।  କେନ୍ଦ୍ର କୃଷି, କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଏହାକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଓଡ଼ିଶା ହେଉଛି ଦେଶର ମିଲେଟ୍ ମଡେଲ୍, ଯାହାକି ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଛି।

fshhfshfsxvb

ଭୁବନେଶ୍ବର: ଲୋକସଭା ଭବନରେ ଆଜି ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି।  କେନ୍ଦ୍ର କୃଷି, କୃଷକ କଲ୍ୟାଣ ଓ ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଏହାକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଓଡ଼ିଶା ହେଉଛି ଦେଶର ମିଲେଟ୍ ମଡେଲ୍, ଯାହାକି ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଛି। ଶ୍ରୀଅନ୍ନ ମାଧ୍ୟମରେ ମାଣ୍ଡିଆରୁ ପୁଷ୍ଟିକର ଓ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହେଉଛି ଏବଂ ଏହି ଶସ୍ୟ ଚାଷ ଅଳ୍ପ ବୃଷ୍ଟିରେ‌‌ ହୋଇପାରୁଛି। ମାଣ୍ଡିଆ ଚାଷ ଦ୍ବାରା ପରିବେଶ ସୁରକ୍ଷା, ଭବିଷ୍ୟତ ବଂଶଧର ପାଇଁ ଗୁରୁତ୍ବ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଥିଲେ। 

ମାଣ୍ଡିଆ ରାଜ୍ୟର ସଂସ୍କୃତି ଓ ଭବିଷ୍ୟତର ପ୍ରତିଫଳନ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ସରକାର ମଣ୍ଡିଆ ଦିବସକୁ ଏକ ଉତ୍ସବରେ  ସୀମିତ ନକରି ଅଭିଯାନରେ ପରିଣତ କରିଛନ୍ତି। ଫଳରେ ମାଣ୍ଡିଆ ଚାଷ ଦ୍ବାରା ପୁଷ୍ଟିକର ଖାଦ୍ୟ ଯୋଗାଇବା ସହିତ ଆର୍ଥିକ ସମୃଦ୍ଧିରେ ସହାୟକ ହୋଇପାରିଛି। ଅଳ୍ପ ବର୍ଷାରେ ମାଣ୍ଡିଆ ଚାଷ ହେବା ସହିତ ଏହାକୁ ଅଧିକ ଉନ୍ନତି କରିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରିବା ସହିତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ ମାଣ୍ଡିଆ ଚାଷକୁ ଅଧିକ ଉନ୍ନତି କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆଲୋଚନାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି। କୃଷି ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ। ମଣ୍ଡିଆ ରାଜ୍ୟର ସଂସ୍କୃତିର ପରିଚୟ‌ ଦେଉଥିବା‌ ‌ବେଳେ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସୁରକ୍ଷିତ ଖାଦ୍ୟ ଭବିଷ୍ୟତ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନନ ବର୍ଦ୍ଧନ ସିଂହଦେଓ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଧାନ ଗ‌ବେଷଣା ସଂସ୍ଥାର ମହାନିର୍ଦ୍ଦେଶକ ଇଭ୍‌ନୋ ପିଣ୍ଟୋ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ବାମୀନାଥନ୍, ଏମ୍‌ଏସ୍‌ ସ୍ବାମୀନାଥନ୍ ସମ୍ବଳ ପ୍ରତିଷ୍ଠାନର ଅଧ୍ୟକ୍ଷ ଏଲିସ‌ାବେଥ୍‌ ଫାଉର୍‌, ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ନିର୍ଦ୍ଦେଶକ ଶୁଭମ୍‌ ସକ୍‌ସେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe