ବନ୍ଦ ଖଣିରୁ ମାଙ୍ଗାନିଜ ଚୋରା ଚାଲାଣ: ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି, କାଗଜପତ୍ରରେ ସୀମିତ ଧରପଗଡ଼

Advertisment

ରାୟଗଡ଼ା, କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକ୍ ଅଞ୍ଚଳରେ ମହଜୁଦ ରହିଛି ମାଙ୍ଗାନିଜ ଖଣି। ବହୁବର୍ଷ ହେଲା ବ୍ୟବହାର ନ ହୋଇ ପଡ଼ି ରହିଛି ଏହି ଖଣି। ଯାହା ଉପରେ ଆଖି ପକାଇଛନ୍ତି ଆନ୍ଧ୍ର ମାଫିଆ।

ରାୟଗଡ଼ା, କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକ୍ ଅଞ୍ଚଳରେ ମହଜୁଦ ରହିଛି ମାଙ୍ଗାନିଜ ଖଣି। ବହୁବର୍ଷ ହେଲା ବ୍ୟବହାର ନ ହୋଇ ପଡ଼ି ରହିଛି ଏହି ଖଣି। ଯାହା ଉପରେ ଆଖି ପକାଇଛନ୍ତି ଆନ୍ଧ୍ର ମାଫିଆ।

hhffhfh

ରାୟଗଡ଼ା: ରାୟଗଡ଼ା, କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକ୍ ଅଞ୍ଚଳରେ ମହଜୁଦ ରହିଛି ମାଙ୍ଗାନିଜ ଖଣି। ବହୁବର୍ଷ ହେଲା ବ୍ୟବହାର ନ ହୋଇ ପଡ଼ି ରହିଛି ଏହି ଖଣି। ଯାହା ଉପରେ ଆଖି ପକାଇଛନ୍ତି ଆନ୍ଧ୍ର ମାଫିଆ। ସ୍ଥାନୀୟ ଲୋକଙ୍କୁ ଢାଲ କରି ବେଧଡ଼କ ଚାଲିଛି ମାଙ୍ଗାନିଜ୍‌ ଚୋରି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚୋରା ଚାଲାଣ ଜାରି ରହିଛି। ପ୍ରାଶାସନିକ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ବାର୍ଷିକ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି।
ରାୟଗଡ଼ା ବ୍ଲକ୍‌ର ନିଶିଖା‌ଲ, ପୋଢ଼କଣା, କୁଟୁଳି, କାଶୀପୁର, କାରାଝୋଲା, ଲେଲିଗୁମ୍ମା ଏବଂ କୋରାପୁଟ ଜିଲ୍ଲାର ତଳକୁଟିଙ୍ଗା, ଉପର କୁଟିଙ୍ଗାର ସଂରକ୍ଷିତ ଜଙ୍ଗଲରେ ମାଙ୍ଗାନିଜ ଖଣି ରହିଛି। ରାତି ଅଧିଆ ମାଫିଆମାନେ ମାଙ୍ଗାନିଜ ପଥରକୁ ରାୟଗଡ଼ା-କେରେଡ଼ା ରାସ୍ତାରେ ଆନ୍ଧ୍ରକୁ ଚୋରି କରି ନେଉଛନ୍ତି। କାଁ ଭାଁ ପୁଲିସ୍‌ କିମ୍ବା ଜଙ୍ଗଲ ବିଭାଗ ଚୋରା ମାଙ୍ଗାନିଜ ବୋଝେଇ ଟ୍ରକକୁ ଧରୁଛି। ଯାହା ଧର୍ମକୁ ଆଖିଠାର ସଦୃଶ। ୨୦୨୪ ଡିସେମ୍ବରରେ ଟିକିରି ବନ ବିଭାଗ କର୍ମଚାରୀ ଲେଲିଗୁମ୍ମା ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଚୋରା ମାଙ୍ଗାନିଜ ପଥର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଖଣି, ଜଙ୍ଗଲ, ରାଜସ୍ବ ବିଭାଗ ସହ ପୁଲିସର ସମନ୍ବୟ ରହୁନଥିବାରୁ ଚୋରା ଚାଲାଣ ରୋକିବା ସମ୍ଭବ ହୋଇପାରୁନି। 

ରାୟଗଡ଼‌ା ଜିଲ୍ଲାରେ ଗୋଟିଏ ମାତ୍ର ମାଙ୍ଗାନିଜ ଖଣି ମୁନିଗୁଡ଼ା ବ୍ଲକ୍‌ର ଅମ୍ବାଦଳାରେ ସରକାରୀ ଭାବେ କାର୍ଯ୍ୟକ୍ଷମ ରହିଛି। କିନ୍ତୁ ବେଆଇନ ଭାବେ ବିଭିନ୍ନ ବନ୍ଦ ଖଣିରୁ ମାଫିଆମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳରେ ଥିବା ଫେରୋ ମାଙ୍ଗାନିଜ କାରଖାନାକୁ ଚୋରାରେ ମାଙ୍ଗାନିଜ ଚାଲାଣ କରୁଛନ୍ତି। ଆନ୍ଧ୍ର ମାଫିଆ ସ୍ଥାନୀୟ ଲୋକଙ୍କ ସହାୟତାରେ ଖଣିରୁ ମାଙ୍ଗାନିଜ ବାହାର କରି ଜମା କରି ରଖିଥାନ୍ତି। ସୁବିଧା ସୁଯୋଗ ଦେଖି ରାତି ଅଧରେ ଆନ୍ଧ୍ରକୁ ଚୋରା ଚାଲାଣ କରୁଛନ୍ତି। ରାୟଗଡ଼ା ଏବଂ କାଶୀପୁରରେ ବହୁ ପ୍ରକଳ୍ପ ନିର୍ମାଣାଧୀନ ଥିବାରୁ ମୂଲ୍ୟବାନ ମାଙ୍ଗାନିଜକୁ ସାଧାରଣ ପଥର ଦର୍ଶାଇ ମାଫିଆ ଚାଲାଣ କରୁଛନ୍ତି। ଖଣି ବିଭାଗ କାଗଜପତ୍ରରେ ଧରପଗଡ଼ କରୁଥିବା ଦର୍ଶାଇ ଚୁପ୍ ବସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe