ମାଙ୍ଗାନିଜ ବୋଝେଇ ଗାଡ଼ି ଜବତ, ୩ ଗିରଫ

Advertisment
ମାଙ୍ଗାନିଜ ବୋଝେଇ ଗାଡ଼ି ଜବତ, ୩ ଗିରଫ

ରାଉରକେଲା: କୋଇଡ଼ା ବନାଞ୍ଚଳ ଅନ୍ତର୍ଗତ ଗଣୁଆ ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ ଦୁଇ ମାଙ୍ଗାନିଜ ବୋଝେଇ ଗାଡ଼ିକୁ ବନ ବିଭାଗ ଜବତ କରିଛି। କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ରାତିରେ କୋଇଡ଼ା ବନ ବିଭାଗର ଏକ ଟିମ୍‌ ଗଣୁଆ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରି ଓଡ଼ି ୦୯କେ୧୫୮୧ , ଓଡ଼ି ୦୯ସି ୧୧୫୧ ଦୁଇଟି ମାଙ୍ଗାନିଜ ବୋଝେଇ ଟ୍ରକ୍‌କୁ ଜବତ କରିଥିଲେ।

ଦୁଇ ଗାଡ଼ିର ଚାଳକ ଅଜୟ ଯାଦବ(୫୭) ଓ ଅଜୟ ମହାନ୍ତ(୩୬)ଙ୍କ ସହ ଚାଲାଣରେ ସଂପୃକ୍ତ ଅନ୍ୟଜଣେ ମୋଟ ୩ ଜଣଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚଢ଼ଉ ସମୟରେ ତିନି ଅଭିଯୁକ୍ତ ଗାଡ଼ି ଛାଡ଼ି ଫେରାର ହୋଇଯାଉଥିବା ସମୟରେ ସେମାନଙ୍କ ପିଛା କରି ବନ ବିଭାଗର ଟିମ ତିନିଜଣକୁ କେନ୍ଦୁଝର ଜିଲ୍ଲା ରୁଗୁଡି ଅଞ୍ଚଳରୁ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe