କେନ୍ଦୁଝରରେ ଆମ୍ବ ମେଳା

କେନ୍ଦୁଝରରେ ଆମ୍ବ ମେଳା

କେନ୍ଦୁଝର : ଦ୍ୱିତୀୟ ପର୍ଯ୍ୟାୟ ଆମ୍ବ ମେଳା ‘ଗାଁ ଆମ୍ବ ପସରା’ ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତଥା ଜିଲ୍ଲା ପରିଷଦ ଏବଂ ଓରମାସ୍ ସହଯୋଗରେ ଜିଲ୍ଲା ସଦର ମହକୁମାସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଆୟୋଜିତ ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଉଦ୍‌ଘାଟନ କରିଥିଲେ। ରଜସଂକ୍ରାନ୍ତି ଅବସରରେ ଆମ୍ବର ଚାହିଦାକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି।

ଆମ୍ବ ଉତ୍ପାଦନକାରୀ ମହିଳା ଚାଷୀମାନଙ୍କ ଦ୍ୱାରା (ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ) ଅମଳ କରାଯାଇଥିବା ଆମ୍ବର ବିକ୍ରୟ ସୁବିଧା ପାଇଁ ଏହି ମେଳା ଆୟୋଜନ କରାଯାଇଛି। ମେଳାରେ ଦଶେରୀ, ଆମ୍ବ୍ରପଲ୍ଲୀ, ଲାଙ୍ଗଡା, ହିମସାଗର ଇତ୍ୟାଦି କିସମର ଆମ୍ବ ଉପଲବ୍ଧ କରାଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଡା. ମଧୁସ୍ମିତା ସାମନ୍ତରାୟ, ଓରମାସର ଯୁଗ୍ମ ସିଇଓ ସପନ ଗୋସ୍ୱାମୀ, ମିସନ ଶକ୍ତିର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶିଶିର ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଗତ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ମଇ ମାସ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଆୟୋଜିତ ହୋଇଥିଲା। ଏହି ମେଳାରେ ୪ ଲକ୍ଷ ୫୬ହଜାର ଟଙ୍କାର ଆମ୍ବ ବିକ୍ରୟ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀଙ୍କର ଉତ୍ପାଦିତ ଆମ୍ବ ବିକ୍ରୟ ନିମନ୍ତେ ଉପଯୁକ୍ତ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ବହୁବିଧ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍‌ରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe