ମଙ୍ଗୁ ମଠ ଭଙ୍ଗା ନେଇ ସରକାର ଓ ପଞ୍ଜାବ ପ୍ରତିନିଧି ଦଳ ଆଲୋଚନା : ପୁରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ସରକାରଙ୍କୁ ପ୍ରଶଂସା

Advertisment

ମଙ୍ଗୁ, ପଞ୍ଜାବୀ ଓ ବାଲି ମଠର ପୁନରୁଦ୍ଧାର ପାଇଁ ମିଳିଲା ପ୍ରତିଶ୍ରୁତି

ମଙ୍ଗୁ, ପଞ୍ଜାବୀ ଓ ବାଲି ମଠର ପୁନରୁଦ୍ଧାର ପାଇଁ ମିଳିଲା ପ୍ରତିଶ୍ରୁତି

ମଙ୍ଗୁ ମଠ ଭଙ୍ଗା ନେଇ ସରକାର ଓ ପଞ୍ଜାବ ପ୍ରତିନିଧି ଦଳ ଆଲୋଚନା : ପୁରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର : ଶନିବାର ବିରୋଧ ସୋମବାର ସମର୍ଥନ। ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗୁ ମଠ ଭଙ୍ଗାଯିବା ଘଟଣାରେ ପଞ୍ଜାବୀ ଧର୍ମାବଲମ୍ବୀ ପୁରୀରେ ଗତ ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଆଲୋଚନା ପରେ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ମଠଗୁଡ଼ିକର ପୁନରୁଦ୍ଧାର କରିବାକୁ ସରକାର ପଞ୍ଜାବ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୋମବାର ଲୋକସେବା ଭବନରେ ପଞ୍ଜାବର ବିଧାୟକ ସମରଜିତ ସିଂହଙ୍କ ନେତୃତ୍ବରେ ୭ ଜଣିଆ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଭେଟି ମଙ୍ଗୁ ମଠ ଭଙ୍ଗା ଘଟଣା ନେଇ ଆଲୋଚନା କରିଥିଲେ। ବୈଠକରେ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ସହିତ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର କରିଥିବା ଯୋଜନାର ନକ୍ସା ବିଷୟରେ ପ୍ରତିନିଧିଦଳକୁ ଅବଗତ କରାଇଥିଲେ। ବୈଠକ ପରେ ଶ୍ରୀ ସିଂହ କହିଥିଲେ, ମଙ୍ଗୁ ମଠ ଭାଙ୍ଗାଯିବା ନେଇ ଭୁଲ ଧାରଣା ଦୂର ହୋଇଛି। ସରକାର ୩ଟି ପ୍ରସ୍ତାବ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମଙ୍ଗୁ ମଠ, ପଞ୍ଜାବୀ ମଠ ଓ ବାଲି ମଠର ପୁନରୁଦ୍ଧାର କରିବେ। ଏହାଦ୍ବାରା ପଞ୍ଜାବ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ। ଏହାସହିତ ପୁରୀ ପାଇଁ ସରକାର କରିଥିବା ଯୋଜନାକୁ ପ୍ରତିନିଧି ଦଳ ଭୂୟଶୀ ପ୍ରଶଂସା କରିଥିଲେ। ମଙ୍ଗୁ ମଠ ଭଙ୍ଗାଯିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଆଲୋଚନା ସମୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe