ପୌର ପରିଷଦ ପାଇଁ ବିଜେପିର ଇସ୍ତାହାର

ପୌର ପରିଷଦ ପାଇଁ ବିଜେପିର ଇସ୍ତାହାର

Sambad

ଖୋର୍ଦ୍ଧା: ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ସମସ୍ୟା ବହୁଳ ଖୋର୍ଦ୍ଧା ପୌର ପରିଷଦ ପାଇଁ ବିଜେପି ପ୍ରାୟତଃ ନିରବ ରହିଥିଲା। ବର୍ତ୍ତମାନ ପୌର ପରିଷଦ ନିର୍ବାଚନରେ ଖୋର୍ଦ୍ଧା ସହର ପାଇଁ ୧୪ଟି ବିକାଶର ସର୍ତ୍ତ ନେଇ ଇସ୍ତାହାର ଜାରି କରିଛି। ସୋମବାର ସ୍ଥାନୀୟ ଏକ ଘରୋଇ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ନିକୁଞ୍ଜ ପଟ୍ଟନାୟକ ଓ ବିଜେପିର ପୌର ଅଧ୍ୟକ୍ଷ ପ୍ରାର୍ଥୀ କୁନିଲତା ସ୍ୱାଇଁ ଉପସ୍ଥିତ ଥିଲେ।

ଦଳର ଇସ୍ତାହାର ଜାରି କରି ଶ୍ରୀମତୀ ସ୍ୱାଇଁ କହିଛନ୍ତି ଯେ ଦଳ ଜିତିଲେ ପ୍ରତିୱାର୍ଡ଼ରେ ମାଗଣା ୱାଇଫାଇ ସେବା, ଇ-ପାଠାଗାର, ଓପନ ଜିମ୍, ରୋଜଗାର ପାଇଁ ୱାନ୍ ୱାର୍ଡ଼, ୱାନ୍ ପ୍ରଡକ୍ଟ ଓ ଖୋର୍ଦ୍ଧା ଶିଳ୍ପାଂଚଳରେ ଯୁବକଯୁବତୀଙ୍କୁ ନିଯୁକ୍ତିର ବ୍ୟବସ୍ଥା, ପ୍ରତି ୱାର୍ଡ଼ରେ ସିସି ଟିଭି ଓ ରାତ୍ରୀ ଜଗୁଆଳୀ ଆଦିର ବ୍ୟବସ୍ଥା କରାଯି । କ୍ୟାବିନ୍ ସହରର ସ୍ଥିତି ବଦଳାଯାଇ ଏହାକୁ ଏକ ସ୍ମାର୍ଟ ସହରରେ ପରିଣତ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe