ଧଳାପଥର: ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କ ସୁଗମ ଯାତାୟାତ ନିମନ୍ତେ ବିଭିନ୍ନ ରାସ୍ତାର ପୁନରୁଦ୍ଧାର ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ବୋଲଗଡ଼ ବ୍ଲକ୍ ଅଞ୍ଚଳର ତାହା ବିଫଳ ହୋଇଛି। ମାଣିକାଗୋଡ଼ାଠାରୁ ବିଜୁପୁର ଆର୍ଡି ରାସ୍ତାଟି ନିମ୍ନମାନର କାମ ଯୋଗୁଁ ଫାଟି ଆଁ କରିଛି। ମାଣିକଗୋଡ଼-ବିଜୁପୁର ସଂଯୋଗ ମୁଖ୍ୟ ରାସ୍ତା ମଧ୍ୟରେ ରେଲୱେ ଓଭର୍ ବ୍ରିଜ ଠାରୁ ନୂତନ ଭାବରେ ବର୍ଷେ ତଳେ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର କେତେକ ସ୍ଥାନରେ କଂକ୍ରିଟ ଛାଡ଼ି ଖାଲ ଢିପ ହୋଇଯାଇଥିବା ବେଳେ ରାସ୍ତା ଫାଟି ଆଁ କରିଛି। ଫଳରେ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ସୁରକ୍ଷା ବାଡ଼ ବିହୀନ ଜରାଜୀର୍ଣ୍ଣ ପୋଲର ପୁନରୁଦ୍ଧାର କରାଯାଇ ନାହିଁ। ଲଗାଣ ବର୍ଷା ହେଲେ ଏହି ପୋଲ ଉପରେ ପାଣି ପ୍ରବାହିତ ହୁଏ। ଫଳରେ ଏହି ପୋଲରେ ଯାତାୟାତ ବନ୍ଦ ହୋଇଯାଏ। ରାସ୍ତାଟି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ଠାରୁ ମାନିକା ଗୋଡ଼ା ଦେଇ ଖଣ୍ଡପଡ଼ାକୁ ସଂଯୋଗ କରୁଛି। ପ୍ରତିଦିନ ଏହି ପୋଲ ଦେଇ ଭାରୀଯାନ ଯାତାୟାତ କରୁଥିବା ବେଳେ ରୋଗୀବୁହା ଗାଡ଼ି, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ରାତି ଦିନ ଲୋକମାନେ ଯାତାୟାତ କରୁଛନ୍ତି। ଏହି ରାସ୍ତା ମରାମତି ସହିତ ପୋଲଟିର ପୁନରୁଦ୍ଧାର ପାଇଁ ବୋଲଗଡ଼ ବ୍ଲକ୍ ଅଞ୍ଚଳର ଜନସାଧାରଣ ଦାବି ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us