ରାଉରକେଲା : ଭାରତୀୟ ଅର୍ଥନୈତିକ ସେବା (ଆଇଇଏସ୍) ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରି ରାଉରକେଲା ଝିଅ ମନୀଷା ଖୁଣ୍ଟିଆ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଚଳିତ ବର୍ଷ ପାଇଁ ସର୍ବଭାରତୀୟ ସ୍ତରରେ ମୋଟ ୧୫ଟି ଖାଲି ପଦ ପାଇଁ ପରୀକ୍ଷା ହୋଇଥିଲା। ସେଥିରେ ଜଣେମାତ୍ର ଓଡ଼ିଆ ଭାବେ ମନୀଷା ସଫଳ ହୋଇଛନ୍ତି। ସଂପ୍ରତି ରାଉରକେଲା ଇସ୍ପାତ କାରଖାନାର ଡିଜିଏମ୍ ଥିବା ଇଂ ବି.କେ. ଖୁଣ୍ଟିଆଙ୍କ ଝିଅ ମନୀଷା ନିଜର ଏହି ସଫଳତା ପାଇଁ ବାପାଙ୍କ ପ୍ରେରଣାକୁ ହିଁ ଶ୍ରେୟ ଦେଇଛନ୍ତି।
ଓଡ଼ିଆ ଝିଅ ମନୀଷା ଆଇଇଏସ୍ରେ ତୃତୀୟ
Advertisment
Follow Us