‘ମଞ୍ଜରୀ’ର ଓଡ଼ିଆ ଗୀତକୁ ନେଇ ରିଆଲିଟି ଶୋ’ ‘ଓଡ଼ିଶା ସୁପର ସିଙ୍ଗର୍’: ୧୪ରେ ରାଉରକେଲା, ୧୫ରେ ସମ୍ବଲପୁରରେ ଅଡିସନ୍

Advertisment
‘ମଞ୍ଜରୀ’ର ଓଡ଼ିଆ ଗୀତକୁ ନେଇ ରିଆଲିଟି ଶୋ’ ‘ଓଡ଼ିଶା ସୁପର ସିଙ୍ଗର୍’: ୧୪ରେ ରାଉରକେଲା, ୧୫ରେ ସମ୍ବଲପୁରରେ ଅଡିସନ୍

ଭୁବନେଶ୍ୱର:  ଆପଣ ଗୀତ ଗାଆନ୍ତି? ଆଉ ଖାସ୍ କରି ଓଡ଼ିଆ ଗୀତ ଗାଇବାରେ ରୁଚି ରଖନ୍ତି? ତେବେ ନିଜର ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିବାର ଏକ ଅପୂର୍ବ ସୁଯୋଗ ଆସିଛି। ଆଉ ଏହି ଅବସର ଆଣିଛି ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’।

ପ୍ରଥମ ଥର ଲାଗି କେବଳ ଓଡ଼ିଆ ଗୀତକୁ  ନେଇ ଏକ ନୂଆ ମ୍ୟୁଜିକ ରିଆଲିଟି ଶୋ ‘ଓଡିଶା ସୁପର ସିଙ୍ଗର’ ଆରମ୍ଭ କରୁଛି ‘ମଞ୍ଜରୀ’। ଏହି ରିଆଲିଟି ଶୋ’ରେ ଓଡ଼ିଶାର ୧୫ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ।

ଏଥିରେ ଭାଗ ନେବା ଲାଗି ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଅଡିସନ୍। ୧୪ ତାରିଖ ମଙ୍ଗଳବାର ଇସ୍ପାତନଗରୀ ରାଉରକେଲାରେ ଓ ୧୫ ତାରିଖ ବୁଧବାର ସମ୍ବଲପୁରରେ ଅନୁଷ୍ଠିତ ହେଉଛି ଅଡିସନ୍। ରାଉରକେଲାର ସେକ୍ଟର-୯  ସିଭିକ ସେଣ୍ଟରରେ ଅଡିସନ୍ ହେଉଥିବା ବେଳେ ସମ୍ବଲପୁର ସାକ୍ଷୀପଡ଼ାଠାରେ ଥିବା ‘ସମ୍ବାଦ ଭବନ’ରେ ହେବ ଅଡିସନ୍। ସକାଳ ୧୦ରୁ ସଂଧ୍ୟା ୫ଟା ଯାଏ ଚାଲିବ ଓଡ଼ିଆ ଗୀତ-ସଂଗୀତର ଦରବାର। କେବଳ ୧୫ ବର୍ଷରୁ ଅଧିକ ବୟସର ପ୍ରତିଯୋଗୀମାନେ ହିଁ ଏଥିରେ ଭାଗ ନେଇ ପାରିବେ।

publive-image

ଏହାପରେ  ‘ଓଡିଶା ସୁପର ସିଙ୍ଗର’ ଅଡିସନ୍  ଭୁବନେଶ୍ୱର, ବ୍ରହ୍ମପୁର ଓ  ବାଲେଶ୍ୱରରେ ମଧ୍ୟ ଅନୁଷ୍ଠିତ ହେବ । ଡିସେମ୍ବର ୧୭ରେ ବାଲେଶ୍ବର ସମ୍ବାଦ ଭବନରେ, ଡିସେମ୍ବର ୨୦ ବ୍ରହ୍ମପୁର ଟାଉନହଲରେ ଏବଂ ଡିସେମ୍ବର ୨୧ରେ ଭୁବନେଶ୍ବରସ୍ଥିତ ମଞ୍ଜରୀ ଷ୍ଟୁଡିଓରେ ଅଡିସନ୍ ହେବ।  ଏଥିରେ ଭାଗ ନେବା ଲାଗି  ପ୍ରତିଯୋଗୀମାନେ ନିର୍ଦ୍ଧାରିତ ତାରିଖରେ ଅଡିସନ୍ ହେବାକୁ ଥିବା ଠିକଣାରେ ପହଞ୍ଚି ନାମ ରେଜିଷ୍ଟ୍ରେସନ୍  କରିବେ।

ନିକଟରେ ‘ଓଡିଶା ସୁପର ସିଙ୍ଗର’ର ଏକ ପ୍ରୋମୋ  ରିଲିଜ ହୋଇଛି ଯେଉଁଥିରେ ଓଲିଉଡ୍ର ଲୋକପ୍ରିୟ ଗାୟିକା ଦୀପ୍ତିରେଖା, ଅନ୍ତରା ଏବଂ ଗାୟକ  ଅଭିଜିତଙ୍କ ସହିତ ଓଡ଼ିଶାର ଘରେ ଘରେ ପରିଚିତ ପ୍ରତିଷ୍ଠିତ ଗାୟିକା ତୃପ୍ତି  ଦାସଙ୍କୁ ଦେଖିବାକୁ ମିଳିଛି ।  ଦୀପ୍ତିରେଖା, ଅନ୍ତରା ଏବଂ ଅଭିଜିତଙ୍କୁ ଏହି ରିଆଲିଟି ଶୋ’ରେ ଜଜ୍ ଭାବେ ଏବଂ ତୃପ୍ତି ଦାସଙ୍କୁ ମହାଗୁରୁ ଭାବେ ଦେଖିବାକୁ ମିଳିବ ।

ଏହି ରିଆଲିଟି ଶୋ’ରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢିବାକୁ ହେବ । ଏଥିରେ ବିଜେତାଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ସହିତ ଅନେକ ଗୁଡିଏ ଆକର୍ଷଣୀୟ ଉପହାର ମିଳିବ। ଏହା ସହିତ ମଞ୍ଜରୀ ମୁଭିଜ୍ , ମ୍ୟୁଜିକ ଭିଡିଓ, ରେଡିଓ ଚକଲେଟ୍, ଆମର ମ୍ୟୁଜିକ ଏବଂ ଓଡିଆୱାନ ପରି ପ୍ଲାଟଫର୍ମରେ ଗୀତ ଗାଇବାର ସୁଯୋଗ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe