‘ମଞ୍ଜରୀ’ର ନୂଆ ରିଅଲିଟି ସୋ’ ‘ଭାଉଜ ନମସ୍କାର’

Advertisment

୨୯ରୁ ଭାଉଜଙ୍କ ଘରେ ଜମିବ ଖଟି...

୨୯ରୁ ଭାଉଜଙ୍କ ଘରେ ଜମିବ ଖଟି...

‘ମଞ୍ଜରୀ’ର ନୂଆ ରିଅଲିଟି ସୋ’ ‘ଭାଉଜ ନମସ୍କାର’

ଭୁବନେଶ୍ବର : ଆପଣ ତ ଜାଣିଥିବେ ! ଭାଇମାନେ ଅଫିସ୍ ବା କାମକୁ ବାହାରିଯିବା ପରେ କିଛି ଭାଉଜ ଘରେ ବସି ବୋର୍ ହୁଅନ୍ତି। କିନ୍ତୁ ଗାର୍ଗୀ ଭାଉଜ ଏମିତି ନୁହନ୍ତି, ଭାଇ ଘରୁ ବାହାରି ଯିବା ପରେ ସେ ନିଜ ନଣନ୍ଦଙ୍କ ସହ ମିଶି ଆରମ୍ଭ କରି ଦିଅନ୍ତି ଜବରଦସ୍ତ ଖଟି। ଏହି ଖଟି ବା କିଟି ପାର୍ଟିକୁ ଆଧାର କରି ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଆରମ୍ଭ କରିଛି ନାରୀମାନଙ୍କର, ନାରୀମାନଙ୍କ ପାଇଁ ଏବଂ ନାରୀମାନଙ୍କ ଦ୍ୱାରା ଏକ ନୂଆ ମଜାଦାର ରିଅଲିଟି ଗେମ୍‌ ସୋ’ ‘ଭାଉଜ ନମସ୍କାର’। ଯେଉଁଥିରେ ଆପଣ ଡ୍ରାମା ସହିତ ଅନେକଗୁଡ଼ିଏ ରିଅଲିଟି ଗେମ୍‌ର ମଜା ନେଇପାରିବେ। ଜାନୁଆରି ୨୯ ତାରିଖରୁ ପ୍ରତି ଶୁକ୍ରବାର ଓ ଶନିବାର ଅପରାହ୍‌ଣ ୩ଟା ଓ ରାତି ୯ଟାରେ ‘ମଞ୍ଜରୀ’ ଚ୍ୟାନେଲରେ ଏହା ପ୍ରସାରିତ ହେବ।

ରଙ୍ଗମ ଜଣେ ଭାଉଜ (ଗାର୍ଗୀ ମହାନ୍ତି) ଏବଂ ତାଙ୍କର ସୁପର ସ୍ମାର୍ଟ ନଣନ୍ଦ (ଜୟା) ଘରେ ଏକ ମଜା ମସ୍ତିର ଆସର କରିବା ପାଇଁ ଚିନ୍ତା କରନ୍ତି। ଦୁହେଁ ନିଜର ଏକ ୟୁ-ଟ୍ୟୁବ୍‌ ଚ୍ୟାନେଲ ‘ଭାଉଜ ନମସ୍କାର’ ଖୋଲନ୍ତି। ସେଥିପାଇଁ ସେ ତାଙ୍କର କିଛି ବାନ୍ଧବୀମାନଙ୍କୁ ଘରକୁ ନିମନ୍ତ୍ରଣ କରି ସେମାନଙ୍କୁ ଗୁଡ଼ାଏ ରୋମାଞ୍ଚକ ଖେଳରେ ସାମିଲ କରାନ୍ତି।

ନଣନ୍ଦ ଭାଉଜଙ୍କ ଏହି ଖଟିରେ କେବଳ ଭାଉଜମାନେ ଯେ ଖେଳକୁ ଉପଭୋଗ କରିବେ, ତାହା ନୁହେଁ। ଏଥିରେ ବିଜେତା ଆକର୍ଷଣୀୟ ଉପହାର ମଧ୍ୟ ପାଇବେ। ଚାରୋଟି ପର୍ଯ୍ୟାୟରେ ବିଜେତାମାନଙ୍କ ପାଇଁ ରହିଛି ମିକ୍ସଚର ଗ୍ରାଉଣ୍ଡର, ସାଣ୍ଡୱିଚ ମେକର, ହ୍ୟାଣ୍ଡ ବ୍ଲେଣ୍ଡର, ଡିନର୍‌ ସେଟ୍‌ ଭଳି ଅନେକ ଆକର୍ଷଣୀୟ ଘରକରଣା ସାମଗ୍ରୀ। ଏହାସହ ବିଜେତାଙ୍କୁ ୧୦ ହଜାର ଟଙ୍କାର ଗୋଲ୍ଡ ଭାଉଚର୍‌ ଏବଂ ଉପବିଜେତାଙ୍କୁ ୫୦୦୦ ହଜାର ଟଙ୍କାର ଗୋଲ୍ଡ ଭାଉଚର୍ ମିଳିବ। ଆହୁରି ମଧ୍ୟ କୌଣସି ଅଧ୍ୟାୟରେ ଯଦି ଜଣେ ୪ଟି ଯାକ ପର୍ଯ୍ୟାୟରେ ବିଜେତା ହୁଅନ୍ତି, ତାଙ୍କ ପାଇଁ ଏକ ସୁପରବମ୍ପର୍‌ ପ୍ରାଇଜ୍ ରହିଛି। ଏଥିରେ ରହିଛି ଲକ୍ଷାଧିକ ମୂଲ୍ୟର ସୁନା ହାର ଓ କାନଫୁଲ ସେଟ୍ ରହିଛି। ଏହି ସୋ’ରେ ଦିଆଯାଉଥିବା ପୁରସ୍କାର ଓ ସୁପର ବମ୍ପର ପୁରସ୍କାରର ପ୍ରାୟୋଜକ ହେଉଛନ୍ତି ଲାଲ୍‌ଚାନ୍ଦ ଜୁଏଲର୍ସ।

ପ୍ରତ୍ୟେକ ଅଧ୍ୟାୟ ଶେଷରେ ଦର୍ଶକଙ୍କ ପାଇଁ ମଧ୍ୟ ରହିଛି ୫ ହଜାର ଟଙ୍କାର ଗୋଲ୍ଡ ଭାଉଚର୍‌। ଏଥିରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେଇ ଲକି ଡ୍ର’ ମାଧ୍ୟମରେ ଜଣେ ଏହି ପରୁସ୍କାର ଜିତି ପାରିବ। ଆପଣ ଚାହିଲେ ମଧ୍ୟ ଭାଉଜ-ନଣନ୍ଦଙ୍କ ଏହି ମଜାମସ୍ତିର ମାହୋଲରେ ନିଜକୁ ସାମିଲ କରିପାରିବେ।

ମୋ: ୮୦୯୩୦୨୬୬୯୭ରେ ହ୍ୱାଟସ୍ ଆପ୍‌ କରି ଆପଣ ଏହି ରିଅଲିଟି ଗେମ୍ ସୋ’ରେ ଭାଗ ନେଇପାରିବେ। ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଓ ଅବିବାହିତ ଭାଗ ନେଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe