ମଞ୍ଜୁ ରଥ ହେଲେ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

Advertisment
ମଞ୍ଜୁ ରଥ ହେଲେ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

ବ୍ରହ୍ମପୁର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗତ ବିଳମ୍ବିତ ରାତିରେ କଂଗ୍ରେସ ତାର ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥଙ୍କୁ ଦଳ ମେୟର ପ୍ରାର୍ଥୀ କରିଛି। ଆଜି ନାମାଙ୍କନର ଶେଷ ଦିନରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ସେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଧର୍ମପତ୍ନୀ।

ପୂର୍ବରୁ ବିଜେଡି ଓ ବିଜେପି ତାର ମେୟର ପ୍ରାର୍ଥୀ ଘୋଷଣା କରି ସାରିଛି। ଆଗାମୀ ୨୪ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏଥର ଅଧକ୍ଷ ଆସନ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଭାବେ ସଂଘମିତ୍ରା ଦଳାଇଙ୍କ ନାମକୁ ଘୋଷଣା କରାଯାଇଛି।

ଭାରତୀୟ ଜନତା ପାର୍ଟି (ବିଜେପି)  ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର୍‌ ପଦବି ପାଇଁ ଡ. ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ପାର୍ଟି ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରିଛି। ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଏହି ସୂଚନା ଦେଇଛନ୍ତି।

ପ୍ରାର୍ଥୀ ଘୋଷଣା ହେବା ପରେ ଡ. ସବିତ ସୁଆର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ବ୍ରହ୍ମପୁର ମହାନଗର ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଡ. ସବିତା ସୁଆର ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe