ସୁରଙ୍କ ପୁଅ ମନ୍ମଥଙ୍କୁ ନିଲମ୍ବନ କଲା କଂଗ୍ରେସ

ସୁରଙ୍କ ପୁଅ ମନ୍ମଥଙ୍କୁ ନିଲମ୍ବନ କଲା କଂଗ୍ରେସ

ଭୁବନେଶ୍ୱର: ଗଣମାଧ୍ୟମରେ ବୟାନ ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ ଆଜି କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ | ଆଜି ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ମନ୍ମଥଙ୍କୁ ନିଲମ୍ବନ କରିଛି | ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ମଥ ଦଳର ସଦସ୍ୟ ଥାଇ ବି ନଥିବା ଭଳି ମନ୍ତବ୍ୟ ଦେଇଥିଲେ, ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସତ୍ତ୍ୱେ ସେ ଏହାର ଉତ୍ତର ନ ଦେଇଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି | ଉଲ୍ଲେଖ ଥାଉ କି ମନ୍ମଥ କହିଥିଲେ ଯେ ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ମତ ରଖିଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛି।

publive-image

ଏହା ଗୋଟିଏ ଦିନର ନିଷ୍ପତ୍ତି ନୁହେଁ, ଭାବିଚିନ୍ତି ଏ ନିଷ୍ପତ୍ତି ନେଇଛି। ନିର୍ବାଚନମଣ୍ଡଳୀରେ ମଧ୍ୟ ଲୋକଙ୍କ ଭିତରେ ଏକପ୍ରକାର ଦ୍ବନ୍ଦ୍ବ ଦେଖା ଦେଇଥିଲା। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଏକାଧିକ ମତ ରହିଛି। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଲୋକଙ୍କ ମତ ଜାଣିସାରିଲିଣି। ଆସନ୍ତା ଅକ୍ଟୋବର ମାସରେ ଏହା ସଂପର୍କରେ ଘୋଷଣା ହେବ।ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସରୁ ପ୍ରାର୍ଥୀ ହେବି କି ନାହିଁ ସେ ସଂପର୍କରେ ବାପାଙ୍କ ସହ ଆଲୋଚନା କରିଥିଲି। ବାପା କିନ୍ତୁ ମୋ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିଲେ । ଏହାକୁ କାଉଣ୍ଟର କରି ସୁର କହିଥିଲେ ଯେ,' ୨୦୨୪ରେ ମନ୍ମଥ କଂଗ୍ରେସରୁ ନିର୍ବାଚନ ଲଢ଼ିବ | ଜଟଣୀରୁ ମନ୍ମଥ ନିର୍ବାଚନ ଲଢ଼ିବେ | କଂଗ୍ରେସରୁ ନାମାଙ୍କନ ଭରିବ ଓ ମୁଁ ଯାହା କହିବି ସେୟା କରିବ | ବିଜେଡି ଓ ବିଜେପି ପକ୍ଷରୁ ମନ୍ମଥଙ୍କୁ ଉସୁକା ଯାଉଛି | ଏଆଇସିସି ନିୟମ ନ ମାନିଲେ ସସ୍ପେଣ୍ଡ କରିବାକୁ କହିଛି | ଦଳୀୟ ଶୃଙ୍ଖଳା ଭାଙ୍ଗିଛି, ସସ୍ପେଣ୍ଡ କରାଯାଉ '|

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe