ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା; ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦବି

Advertisment
ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା; ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦବି

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଲା ପରେ ଆଗାମୀ କିଛି ଦିନ ମଧ୍ୟରେ ପ୍ରଶାସନିକ ଅଧିକାରୀ ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି। ମୋହନ ଚରଣ ମାଝୀଙ୍କ ସରକାରରେ ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ୍ବ ମିଳିପାରେ ବୋଲି ଆଶଙ୍କା କରାଯାଉଛି। କେନ୍ଦ୍ର ସରକାର ଶ୍ରୀ ଆହୁଜାଙ୍କୁ ନିଜ ଗୃହ କ୍ୟାଡ଼ର ଓଡ଼ିଶାକୁ ଫେରାଇ ଦେବାପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟର ପ୍ରଥମ ବିଜେପି ସରକାର ଶ୍ରୀ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ ସହମତି ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ଓଡ଼ିଶା ସରକାର ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରିବା ପାଇଁ  ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି। ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe