ମନୋଜ ଛାବ୍ରାଙ୍କୁ କାରାଗାର ଡିଜି ଅତିରିକ୍ତ ଦାୟିତ୍ବ

Advertisment
ମନୋଜ ଛାବ୍ରାଙ୍କୁ କାରାଗାର ଡିଜି ଅତିରିକ୍ତ ଦାୟିତ୍ବ

linkedin.com

ଭୁବନେଶ୍ୱର : ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ମନୋଜ ଛାବ୍ରାଙ୍କୁ କାରାଗାର ଡିଜି ଭାବରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଡ. ସତ୍ୟଜିତ ମହାନ୍ତି ଏହି ଦାୟିତ୍ବରେ ଥିଲେ। ସେ ଗୁଇନ୍ଦା ବିଭାଗ ଦାୟିତ୍ବ ନେବା ପରେ ଏହି ପଦ ଖାଲି ପଡ଼ିଥିଲା। ଆଜି ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ମନୋଜ ଛାବ୍ରାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ରହିଛି। ମନୋଜ ଛାବ୍ରା‌ ଏବେ ଏସ୍‌ଏପି(ସ୍ବତନ୍ତ୍ର ସଶସ୍ତ୍ର ପୁଲିସ)ର ସ୍ପେସାଲ ଡିଜି ଭାବରେ ଅବସ୍ଥାପିତ ଅଛନ୍ତି। ତାଙ୍କୁ କାରାଗାର ଡିଜି ଭାବରେ ଅତିରିକ୍ତ ଦାୟିତ୍ବ ମିଳିଛି। ନିୟମିତ ଡିଜି ଦାୟିତ୍ବ ନେବା ପର୍ଯ୍ୟନ୍ତ ବା ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏସ୍‌ଏପି ସ୍ପେସାଲ ଡିଜି ସହ ସେ ଏହି ଦାୟିତ୍ବ ତୁଲାଇବେ ବୋଲି ନିର୍ଦ୍ଦେଶ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe