ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ମନୋଜ କୁମାର ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦବିକୁ ସ୍ବତନ୍ତ୍ର ସଚିବ ପାହ୍ୟା ସହ ସମାନ କରାଯାଇଛି। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସନ ନିର୍ଦ୍ଦେଶକ ଭାବେ ବଦଳି ହେବା ପରେ ଏହି ପଦବି ଖାଲି ପଡ଼ିଥିଲା। ଏହାପରେ ରାଜ୍ୟ ସରକାର ମନୋଜ ସାହୁଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୬ ବ୍ୟାଚ୍ର ଏହି ଆଇଏଏସ୍ ଅଧିକାରୀ ପୂର୍ବରୁ ମୋଦୀଙ୍କ ପ୍ରଥମ ପାଳିର ସରକାରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ସାହୁ ଏବେ ଇଣ୍ଟର କ୍ୟାଡର ଡେପୁଟେସନ୍ରେ ଓଡ଼ିଶା ଆସିଛନ୍ତି।
ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
Advertisment
Follow Us