ମନରେଗା ଯୋଜନା: ୫ବର୍ଷରେ ଖର୍ଚ୍ଚ ହୋଇଛି ୧୯୪୮୨ କୋଟି

Advertisment
ମନରେଗା ଯୋଜନା: ୫ବର୍ଷରେ ଖର୍ଚ୍ଚ ହୋଇଛି ୧୯୪୮୨ କୋଟି

The India Forum

ଭୁବନେଶ୍ବର: ମନରେଗା ଏକ ଶ୍ରମିଭତ୍ତିକ ଯୋଜନା ଓ ଏଥିରେ ଠିକା କାମର ବ୍ୟବସ୍ଥା ନାହିଁ। ଏହି ଯୋଜନାରେ ବ୍ଲକ୍-ପଞ୍ଚାୟତସ୍ତରରେ ଗତ ୫ବର୍ଷରେ ୧୯,୪୮୨.୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୧୩,୯୭୩.୨୯ କୋଟି ଟଙ୍କା ମଜୁରୀ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରେ ଶ୍ରୀ ଅମାତ କହିଛନ୍ତି ଯେ ଗତ ୫ବର୍ଷରେ ବ୍ଲକ୍‌ମାନଙ୍କୁ ମଞ୍ଜୁର କରାଯାଇଥିବା ସିଏଫ୍‌ସି ଗ୍ରାଣ୍ଟ, ଏସ୍‌ଏଫ୍‌ସି ଡିଭୋଲ୍ୟୁସନ ଗ୍ରାଣ୍ଟ, ଏସ୍‌ଏଫ୍‌ସି ଜିଆଇଏରେ ୩୮୨୦.୪୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଓପିଡବ୍ଲୁଡି କୋଡ- ଭଲ୍ୟୁମ ୧ ପାରା ୩.୪.୨ରେ ଥିବା ସିଡ୍ୟୁଲ ଅଫ ରେଟ୍‌ ଅନୁଯାୟୀ ନିର୍ଧାରିତ ହୋଇଥାଏ। ଶ୍ରମିକମାନଙ୍କ ବିଭିନ୍ନ ଅଧିକାରୀକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ଶ୍ରମସେବା କ୍ୟାଡରରେ ପୁନର୍ଗଠନ କରି ବ୍ଲକ୍‌ସ୍ତରରେ ସହକାରୀ ଶ୍ରମ ଅଧିକାରୀ ପଦବି ସୃଷ୍ଟି କରିଛନ୍ତି। ସହକାରୀ ଶ୍ରମ ଅଧିକାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିୟା ସରିବା ପରେ ସେମାନେ ବ୍ଲକ୍‌ସ୍ତରରେ ନିଯୁକ୍ତ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe