ଭିଜିଲାନସ ଇନ୍‌ସପେକ୍ଟର ମାନସୀ ଜେନା ବହିଷ୍କୃତ

Advertisment
ଭିଜିଲାନସ ଇନ୍‌ସପେକ୍ଟର ମାନସୀ ଜେନା ବହିଷ୍କୃତ

କଟକ : ଭିଜିଲାନ୍‌ସ ହାତରେ ଧରାପଡ଼ିଥିବା ଭିଜିଲାନସ ଇନ୍‌ସପେକ୍ଟର ମାନସୀ ଜେନାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ନିଜ କ୍ଷମତ‌ାର ବ୍ୟବହାର କରି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆଜି ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଜିଲାନ୍‌ସ ଭଳି ଅନୁଷ୍ଠାନରେ ରହି ଏଭଳି ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ପାଇଁ ଚାକିରିରୁ ବହିଷ୍କାର ହିଁ ପ୍ରକୃତ ଦଣ୍ଡ। ଏଭଳି ମାମଲାରେ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକ ସମୟ ଅପେକ୍ଷା କରାଯାଇପାରିବ ନାହିଁ। ଭିଜିଲାନ୍‌ସ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥିବାରୁ ଅଭିଯୁକ୍ତ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ଘଟଣାର ସମସ୍ତ ଦିଗକୁ ବିଚାରକୁ ନେଇ ସାଧାରଣ ସ୍ବାର୍ଥକୁ ଦୃଷ୍ଟିରୁ ସେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଡିଜି ସ୍ପଷ୍ଟ କରିଛନ୍ତି।

ସୂଚନା‌ଯୋଗ୍ୟ ଯେ ସମ୍ବଲପୁର ଭିଜିଲାନ୍‌ସ ଡିଭିଜନ ଅଧୀନରେ ଇନ୍‌ସପେକ୍ଟର ଭାବେ କାମ କରୁଥିବା ମାନସୀ ଜେନା ଗତ ୧୨ ତାରିଖରେ ତାଙ୍କର ସହଯୋଗୀ ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରା ପଡିଥିଲେ। ଆଗରୁ ଭିଜିଲାନସରେ ଧରା ପଡିଥିବା ଜଣେ ସରକାରୀ ଅଧିକାରୀଙ୍କ ତଦନ୍ତକାରୀ ଅଧିକାରୀ ଥିଲେ ମାନସୀ। ସଂପୃକ୍ତ ଅଧିକାରୀଙ୍କ ମାମଲାର ରଫାଦଫା କରିବାକୁ ‌୨୦ଲକ୍ଷ ଟଙ୍କା ଦ‌ାବି କରିଥିଲେ। ଘଟଣା ଦିନ ମୁକେଶ ୧୦ଲକ୍ଷ ଟଙ୍କା ନେବା ବେଳେ ଓଡ଼ିଶା ଭିଜିଲାନସର ଆଭ୍ୟନ୍ତରୀଣ ୟୁନିଟ୍(ଆଇଭିୟୁ) ହାତରେ ଧରାପଡିଥିଲେ। ଏହାପରେ ମାନସୀଙ୍କ ସମ୍ବଲପୁର, ସୁନ୍ଦରଗଡ଼ ଓ ଭୁବନେଶ୍ବର ଘରେ ଚଢଉ କରାଯାଇଥି‌ଲା। ଏହି ଘଟଣାରେ ଉଭୟ ମାନସୀ ଓ ମୁକେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe