କଳିଙ୍ଗନଗର ଶିଳ୍ପାଞ୍ଚଳରେ ବହୁ ସରକାରୀ ଜମି ଜବରଦଖଲ

Advertisment
କଳିଙ୍ଗନଗର ଶିଳ୍ପାଞ୍ଚଳରେ ବହୁ ସରକାରୀ ଜମି ଜବରଦଖଲ

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳର କେନ୍ଦ୍ରସ୍ଥଳ ଦାନଗଦୀ ଅଞ୍ଚଳରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ସରକାରୀ ଜାଗାବାଡ଼ିକୁ ବହୁ ଲୋକ ଜବରଦଖଲ କରି ଗୃହ ନିର୍ମାଣ କରିବାରେ ଲାଗିଛନ୍ତି। ଦାନଗଦୀ ତହସିଲ ତ୍ରିଜଙ୍ଗା ପଞ୍ଚାୟତ ଓ ଧୂଳିଗଡ଼ ପଞ୍ଚାୟତରେ ବେଇଆନ ନିର୍ମାଣ କାର୍ଯ୍ୟ ରାତିଦିନ ଚାଲିଥିବା ଦେଖିବାକୁ ମିଳୁଛି। ସିଙ୍ଗାଗାଡ଼ିଆ, ସୁଆଁଲ, ଗୁହାଳଡିହ, ଡାହିସାହିରେ ଥିବା ଖୋଲା ପଡ଼ିଆ ସବୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ରାତିଅଧିଆ ସରକାରୀ ଜମି କିଣାବିକା ହେବା ସହ ଘର ନିର୍ମାଣ ଚାଲିଛି।

ଘର କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ବାହାର ଲୋକ। ସେମାନଙ୍କ ପରିଚୟ, ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ଏଠାରେ କିଛି ନାହିଁ। ପ୍ରଶାସନ ନିରବଦ୍ରଷ୍ଟା ରରହି  ଏସବୁ କାର୍ଯ୍ୟକୁ ପରୋକ୍ଷରେ ସହଯୋଗ କରୁଥିବା ଅଭିଯୋଗ ହେଉଛି। ପ୍ରଥମକଥା ହେଉଛି ଏବେ ଶିଳ୍ପାଞ୍ଚଳରେ ଜମିର ମୂଲ୍ୟ ଅମୂଲମୂଲ ହୋଇଛି। ଏ ପରିସ୍ଥିତିରେ ସରକାରୀ ଜମିର ସୁରକ୍ଷା ଦେବା ରାଜସ୍ବ ବିଭାଗର ଦାୟିତ୍ବ। ଅଥଚ ସବୁ ଅନାବାଦୀ, ଜଙ୍ଗଲ ଜମି ଓ ଗୋଚର ଜମି ନାହିଁ। କିଛି ଦିନ ରହିବା ଭିତରେ ସେମାନେ ଆଧାର, ଭୋଟର କାର୍ଡ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ବି ସଫଳ ହେଉଛନ୍ତି। ସ୍ଥାନୀୟ ନେତାମାନେ ଭୋଟ ବ୍ୟାଙ୍କ ବଢ଼ାଇବା ଲକ୍ଷ୍ୟରେ ସେମାନଙ୍କ ପଛରେ ରହି ସମର୍ଥନ କରୁଛନ୍ତି। ଏହି ସବୁ ବେଇଆନ ଜବରଦଖଲକୁ ଚିନ୍ନଟ କରି ଉଚ୍ଛେଦ କରିବାକୁ ସଚେତନ ନାଗରିକମାନେ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe